Sign In / Join
Contact
Odisha
Change Language
Toggle navigation
ଘର
ବିଦେଶ
ଦେଶ
ରାଜ୍ୟ
ଅପରାଧ
ବିଜ୍ଞାନ
ଶିକ୍ଷା
କୃଷି
ଟ୍ରାଫିକ୍
ସଂସ୍କୃତି
କ୍ରୀଡା
ରାଜନୀତି
ସ୍ଥାନୀୟ
ଦୁର୍ଘଟଣା
ସ୍ୱାସ୍ଥ୍ୟ
ବ୍ୟବସାୟ
ମନରଞ୍ଜନ
ସମ୍ମିଳନୀ
×
Change Language
Select Language
Odia (Defult)
English
Hindi
Change
Home
ଅଜଣା ଗାଡ଼ି ଧକ୍କାରେ ଗୁରୁତର ଶିଶୁ:ପୋଲିସ ର ନିଷ୍କ୍ରିୟତା ପାଇଁ ଥାନା ଘେରାଓ କଲେ ଖଇରପାଳି ଗ୍ରାମବାସୀ
ଅଜଣା ଗାଡ଼ି ଧକ୍କାରେ ଗୁରୁତର ଶିଶୁ:ପୋଲିସ ର ନିଷ୍କ୍ରିୟତା ପାଇଁ ଥାନା ଘେରାଓ କଲେ ଖଇରପାଳି ଗ୍ରାମବାସୀ
ଅଜଣା ଗାଡ଼ି ଧକ୍କାରେ ଗୁରୁତର ଶିଶୁ:ପୋଲିସ ର ନିଷ୍କ୍ରିୟତା ପାଇଁ ଥାନା ଘେରାଓ କଲେ ଖଇରପାଳି ଗ୍ରାମବାସୀ
ପଦ୍ମପୁର,୨୯/୪ (ଆଧାର ମିଡିଆ//ରିପୋର୍ଟ -ଡିଲେଶ୍ୱର ବାଗ): ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ତାହାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ନିଶାସକ୍ତ ଡ୍ରାଇଭର ମାନେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ କ୍ଷୟକ୍ଷତି ଘଟୁଛି।ଅନେକ ଧନଜୀବନ ନଷ୍ଟ ମଧ୍ୟ ହେଉଛି।ଏହାଛଡ଼ା ଅପରାଧ ନିୟନ୍ତ୍ରଣରେ ପୋଲିସର ନିଷ୍କ୍ରିୟତା ମଧ୍ୟ ପଦାରେ ପଡ଼ୁଛି ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି।ଏମିତି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଅଞ୍ଚଳରେ।ଗତ ୨୪ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ପପୁ ମେହେର ନାମକ ଗୋଟିଏ ଚାରି ବର୍ଷର ଛୁଆ ଘର ସାମ୍ନା ରେ ଖେଳୁଥିବା ସମୟରେ ହଟାତ ଏକ ବୋଲେରୋ ଗାଡି ଆସି ଛୁଆ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଥିଲେ, ବର୍ତ୍ତମାନ ଛୁଆ ର ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ପରିବାର ଲୋକ ଉଚ୍ଚ ତର ଚିକିତ୍ସା ସହ ଫେରାର ଗାଡି ଚାଳକ କୁ ଧରାଯାଉ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ, ହେଲେ କିଛି ସୁଫଳ ମିଳି ନ ପାରିବାରୁ ସୋମବାର ସରପଞ୍ଚ, ସମିତି ସଭ୍ୟ,ୱାର୍ଡ ମେମ୍ଵର ଙ୍କ ସମେତ ଶତାଧିକ ଗ୍ରାମବାସୀ ପଦ୍ମପୁର ଆଦର୍ଶ ଥାନା କୁ ଆସି ଧାରଣା ରେ ବସିଛନ୍ତି।ଉପଯୁକ୍ତ ଚିକିତ୍ସା ସହ ଫେରାର ହୋଇଥିବା ଗାଡି ଚାଳକ କୁ ଧରା ଯାଉ ବୋଲି, ଗ୍ରାମବାସୀ ଦାବି କରିଛନ୍ତି।
Adhar Odisha
29th April 2025
YOU MIGHT ALSO LIKE
ବିଶିଷ୍ଟ ମୃର୍ତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ପରଲୋକ ।
10th October 2024
ବଲାଙ୍ଗିର ଦିନ୍ ଆୟୋଜନ କମିଟିର ସାମ୍ବାଦିକ ସମ୍ମିଳନୀ।
25th October 2024
ପ୍ରମେୟର ସହ ସମ୍ପାଦକଙ୍କ ଜୟକୃଷ୍ଣହୋତାଙ୍କ ଶୋକସଭା ପାଳିତ।
25th October 2024
Recent Comments
Leave Comments
Name*
Email*
Website
Your comment here...
Post Comment
like our facebook page
210,956 likes
Follow us on twitter
2109 followers
Subscribe to our rss
210,956 likes
Recent Post
ରେଙ୍ଗାଲି ଶ୍ୟାମ ମେଟାଲିକ୍ କାରଖାନା ସିଲ୍ .
7th April 2026
ସିନାପାଲି ଅଞ୍ଚଳରେ କୁଆପଥର ମାଡ଼ ଚାଷୀମୁଣ୍ଡରେ ପଡିଲା ଚଡ଼କ
7th April 2026
ବଲାଣି ଡାକ୍ତରଖାନାରେ ଏକ ୧୦ କେ.ଏଲ.ଡି ଇଫ୍କୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟିତ.
7th April 2026
Top
Recent Comments