logo
add image
ବୋଲଗଡ଼ ବେଗୁନିଆର ବିକାଶ ଶୀର୍ଷରେ ପହଁଚିବ । ପ୍ରଶାନ୍ତ ଜଗଦେବ

ବୋଲଗଡ଼ ବେଗୁନିଆର ବିକାଶ ଶୀର୍ଷରେ ପହଁଚିବ । ପ୍ରଶାନ୍ତ ଜଗଦେବ

ବୋଲଗଡ଼/ଖୋର୍ଦ୍ଧା/୦୭/୦୫/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନକୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ସମ୍ମିଳନୀ  କକ୍ଷରେ ଅନୁଷ୍ଠିତ ହୋଇଅଛି lଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁମନ ସୁଦ୍ଧା କୁଣ୍ଡୁ ପରିଚାଳନା କରିଥିଲେ। ଏହି ବୈଠକରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ସାଂସଦ ପ୍ରତିନିଧି ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିକାଶ ଶୀର୍ଷରେ ପହଁଚିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ସେହିପରି ୨୫ନଂ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ,୨୬ନଂ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ବ୍ଲକ ଅତିରିକ୍ତ ବିଡ଼ିଓ ରତିକାନ୍ତ ମିଶ୍ର ,ସହକାରୀ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି ପ୍ରମୁଖ ଯୋଗଦେଇ ମଞ୍ଚାସିନ ହୋଇଥିଲେ। ତାହା ସହିତ ବ୍ଲକର ୧୯ଗୋଟି ପଂଚାୟତର ନିର୍ବାଚିତ ସମିତି ସଭ୍ୟ ଓ ସରପଞ୍ଚ ପ୍ରମୁଖ ମାନେ ଯୋଗଦେଇ ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ।
ଏଥିରେ ପୂର୍ବ  ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ, ମହାତ୍ମାଗାନ୍ଧୀ ରୋଜଗାର ଯୋଜନା,ଯୋଗାଣ ଓ ଖାଉଟି କଲ୍ୟାଣ ,ପାନୀୟଜଳ ଓ ପରିମଳ, କୃଷି ଏବଂ ପଶୁ ପାଳନ,ଉଦ୍ୟାନ କୃଷି ଓ ମୂର୍ତ୍ତିକା ସଂରକ୍ଷଣ,ଶିଶୁ ଓ ମହିଳା ବିକାଶ, ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନ, ବିଦ୍ୟାଳୟ ଓ ଗଣଶିକ୍ଷା ,ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପଞ୍ଚଦଶ ଅର୍ଥ କମିଶନ ଏବଂ ଅନ୍ୟାନ୍ୟ ପ୍ରସ୍ତାବ ଗୁଡିକ ସମ୍ପର୍କରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ବିଶେଷ କରି ପଞ୍ଚାୟତ ସମିତିର ସପ୍ତମ ଅଧିବେଶନରେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜଗଦେବଙ୍କ ଯୋଗଦେବା ନେଇ ବ୍ଲକ୍ ବିଜେଡି ମହଲରେ ଏକ ପ୍ରକାର ଚହଳ ସୃଷ୍ଟି ହୋଇଥିଲା । ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଏ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ସାହୁ ଗୋପବନ୍ଧୁ ଛକ ଠାରୁ ଶତାଧିକ କର୍ମୀ ମାନଙ୍କ ସହିତ ଏକ ବିରାଟ ରାଲିରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ବିଧାୟକ ଦୋୟଙ୍କୁ ଫୁଲତୋଡ଼ା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସପ୍ତମ ତମ ପଞ୍ଚାୟତ ସମିତି ବୈଠକ ଦୁଇ ବିଧାୟକଙ୍କ ପ୍ରତିଶ୍ରୁତି ଅଞ୍ଚଳରେ ବିକାଶ ସମଗ୍ର ରାଜ୍ୟର ଶୀର୍ଷକ ହେବା ପାଇଁ ଅସବନ୍ଧିଛନ୍ତି ।

 

Recent Comments

Leave Comments

Top