logo
add image
ବାରମ୍ବାର ଆନ୍ଦୋଳନ ଯୋଗୁଁ ଦୁର୍ଘଟଣାରେ ମୃତ ଠିକାଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ବୃଦ୍ଧି

ବାରମ୍ବାର ଆନ୍ଦୋଳନ ଯୋଗୁଁ ଦୁର୍ଘଟଣାରେ ମୃତ ଠିକାଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ବୃଦ୍ଧି

କଣିହାଁ/୯0/0୫/୨0୨୫/(ଆଧାର ମିଡ଼ିଆ//ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ଏନଟିପିସି କାର୍ଯ୍ୟସ୍ଥଳରେ ଦୁର୍ଘଟଣାରେ ମୃତ ପରିବାର ସଦସ୍ୟଙ୍କୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ପରିବାର ସଦସ୍ୟଙ୍କ ମଧ୍ଯରୁ କଣ୍ଟ୍ରାକ୍ଟରଙ୍କ ଅଧିନରେ ନିଯୁକ୍ତି ଏବଂ ଏହି ଆର୍ଥିକ ସହାୟତା ପ୍ରତିବର୍ଷ ୪୦ ହଜାର ଟଙ୍କା ବୃଦ୍ଧିନିମନ୍ତେ ଏକ ତ୍ରିପାକ୍ଷିକ ଏଗ୍ରିମେଣ୍ଟ ୯ ମେ ୨୦୨୫ରେ ସହକାରୀ ଶ୍ରମ କମିଶନର (କେନ୍ଦ୍ରୀୟ), ଅନୁଗୁଳଙ୍କ ଅଫିସଠାରେ ସ୍ବାକ୍ଷରିତ ହୋଇଛି। ଏହି ଏଗ୍ରିମେଣ୍ଟ ୫ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି। ଏନଟିପିସି କଣିହାଁର ଏଚ୍ ଆର୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଣ୍ଟ୍ରାକ୍ଟର ଆସୋସିଏସନର କର୍ମକର୍ତ୍ତା ଏବଂ ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ଏନଟିପିସି ସମେତ ୪ଟି ୟୁନିୟନଙ୍କ ମଧ୍ଯରେ ସହକାରୀ ଶ୍ରମ କମିଶନର କେନ୍ଦ୍ରୀୟଙ୍କ ଅନୁମୋଦନ କ୍ରମେ ସମ୍ପାଦିତ ହୋଇଛି।
ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ଏନଟିପିସିର ସଭାପତି ଜୟସେନ ମେହେର ଓ ଯୁଗ୍ମସମ୍ପାଦକ ଟୁନା ନାଏକ  ଏଗ୍ରିମେଣ୍ଟରେ ସ୍ବାକ୍ଷର ସମେତ । ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ଏନଟିପିସିର ଲଗାତାର ଆନ୍ଦୋଳନ ଓ ପ୍ରଚେଷ୍ଟାରେ ଏହି ତ୍ରିପାକ୍ଷିକ ଏଗ୍ରିମେଣ୍ଟ ହୋଇଛି ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି। ଏନଟିପିସି ମଜଦୁର ସଭାର ସାଧାରଣ ସମ୍ପାଦକ ଅରେନ୍ କୁମାର ପାଣି, ଏନଟିପିସି ମଜଦୁର ସଂଘ ସାଧାରଣ ସମ୍ପାଦକ ସତ୍ଯାନନ୍ଦ ସାହୁ, ଏନଟିପିସି ଠିକା ମଜଦୁର ସଂଘ ସାଧାରଣ ସମ୍ପାଦକ ସୁଲେନ୍ କୁମାର ଧର,ଏନଟିପିସି ଠିକାଦାରଙ୍କ ଉପକାରୀ ପାଣ୍ଠି ସଂସ୍ଥାର ସଭାପତି ବିମଳ କୁମାର ହୋତା, ସମ୍ପାଦକ ବିଦ୍ୟାଧର କୁମାର, ସଭ୍ୟ ଦୁଷ୍ମନ୍ତ କୁମାର ସାହୁ, ବିରଞ୍ଚିନାରାୟଣ ସାହୁ, ପବିତ୍ର ମୋହନ ସାହୁ  , ଏନଟିପିସି ଏଚଆର ଏଜିଏମ ସୁଜିତ ରଥ, ସିନିୟର ମ୍ୟାନେଜର  ଜିତେନ୍ଦ୍ର କୁମାର, ସାଇରାଜ କ୍ଷୀରସାଗର ,  ସହକାରୀ ଶ୍ରମ କମିଶନର କେନ୍ଦ୍ରୀୟ, ଅନୁଗୁଳ ବିକାଶ ସିଂହ ଏହି ଚୁକ୍ତିନାମାରେ ଉପସ୍ଥିତ ରହି ସହମତି ପ୍ରଦାନ କରିଥିଲେ।
          ଏନଟିପିସି କଣିହାଁରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ନ୍ଯାୟସଂଗତ ଦାବିଗୁଡିକୁ ନେଇ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ଏନଟିପିସି ପକ୍ଷରୁ ୨୨ ଏପ୍ରିଲ  ୨୦୨୫ରେ ଏନଟିପିସି କଣିହାଁ କର୍ତ୍ତୃପକ୍ଷଙ୍କୁ ଆନ୍ଦୋଳନ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ପୋଲିସ ଭେରିଫିକେସନ ସମସ୍ଯା ସମାଧାନ ପାଇଁ ୨୯ ଏପ୍ରିଲ ୨୦୨୫ରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଶ୍ରମିକ ବିକ୍ଷୋଭ ସଂଗଠିତ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଏହି ସମସ୍ତ ଦାବି ହାସଲପାଇଁ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ନେତୃତ୍ବରେ ଏନଟିପିସି କଣିହାଁର ଠିକାଶ୍ରମିକମାନେ ଶକ୍ତିଶାଳୀ ଆନ୍ଦୋଳନ ସଂଗଠିତ କରିବାକୁ ନିବେଦନ କରାଯାଇଛି। ୨୦ ମେ ୨୦୨୫ରେ ହେବାକୁ ଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟରେ  ସାମିଲ ହେବା ପାଇଁ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ଏନଟିପିସି ପକ୍ଷରୁ ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଷ୍ଟ୍ରାଇକ୍ ନୋଟିସ୍ ପ୍ରଦାନ କରାଯାଇଛି ଏବଂ ଏହାର ନକଲ ସହକାରୀ ଶ୍ରମ କମିଶନର କେନ୍ଦ୍ରୀୟ ଙ୍କୁ ମଧ୍ଯ ପ୍ରଦାନ କରାଯାଇଛି। ୨୦ ମେ ୨୦୨୫ର ଏହି ଧର୍ମଘଟରେ ଏନଟିପିସି କଣିହାଁର ସମସ୍ତ ଠିକାଶ୍ରମିକ ଓ ନିୟମିତ କର୍ମଚାରୀ ସକ୍ରିୟ ଭାବେ ସାମିଲ ହେବାକୁ  ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନଏନଟିପିସିର ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁ ଆହ୍ବାନ ଦେଇଛନ୍ତି।

Recent Comments

Leave Comments

Top