ବିନିକା,୧୩/୫(ଆଧାର ମିଡ଼ିଆ)ଆଜି ବିନିକା ବ୍ଳକ ରେ ଚାଲିଥିବା ଜିଲ୍ଲା ସ୍ତରିୟ ଜନଶୁଣାଣି ଶିବିରରେ ବିନିକା ବ୍ଳକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିରମାହାରାଜପୁର ବିଧାୟକ ଓ ସାଂସଦ ଙ୍କ(ଜନବିରୋଧି )ହସ୍ତକ୍ଷେପ ନେଇ ଆଜି ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଓ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢଙ୍କ ସହ ସମସ୍ତ ସମିତିସଭ୍ୟ /ସଭ୍ୟା ଓ ସରପଞ୍ଚ ମିଳିତରେ ଏକ ଅଭିଯୋଗ ପତ୍ର ଦେଇଛିନ୍ତି।ସୁଚନା ଯୋଗ୍ୟ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମୁଣ୍ଡ ପୁରାଇ କାଯ୍ୟ ଯେପରି ଆଗକୁ ନବଡ଼ିବା ସେଥିପ୍ରତି ସବୁ ବେଳେ ବିରୋଧ କରି ଚାଲିଛନ୍ତି।ଏନେଇ ଜଣସୁଣାଣି ଶିବିରରେ ଅତିରିକ୍ତ ଜିଳ୍ଲାପାଲ ରାଜେନ୍ଦ୍ର ମାଝି ଙ୍କୁ ଭେଟି ବ୍ଳକ ସମସ୍ତ ଜନପ୍ରତିନିଧିଙ୍କ ଦସ୍ତଖତ ଥିବା ଅଭିଯୋଗ ଦେବାସହ ବିନିକା ବ୍ଳକ ବିଧାୟକ ରଘୁନାଥ ଜଗଦଳା ଓ ସାସଂଦ ସଂଙ୍ଗିତା କୁମାରୀ ସିଂଦେଓ ପଞ୍ଚାୟତ ଧାରା ୨୦(A),୧୯୫୯ ନିୟମ କୁ ଉଲ୍ଳଘନ କରିବା ଏହା ଏକ ଅସଂମିଧାନିକ ଅଟେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।ପଞ୍ଚାୟତ ରାଜ ନିୟମରେ କୁହାଯାଇଛିଯେ ପଞ୍ଚୟତ ସମିତି ଲୋକାଳ ଜନପ୍ରତିନିଧିଙ୍କ ସ୍ବାଧିନ ଅଧିକାର ରହିଛି।ସ୍ଥାନିୟ ସାସଂଦ ଓ ବିଧାୟକ ସ୍ଥାନିୟ ବ୍ଳକ ଅଧ୍ୟକ୍ଷା ଓ ସମିତିଙ୍କୁ ସୁଚନା ନଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟକରିବା ପାଇଁ ବିଡ଼ିଓ ମୈଖିକ ଭାବରେ ନିଦ୍ଦେଶ ଦେବାସହ ଅଧ୍ୟକ୍ଷଙ୍କ ବିନା ଅନୁମତିରେ କାର୍ଯ୍ୟ କରିବା ପାଇଁ ବିଡ଼ିଓଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ପତ୍ରାର ଦର୍ଶାଇଛନ୍ତି।ସ୍ଥାନିୟ ଏକ ହଟେଳ କୁ ସାଂସଦ ଓ ବିଧାୟକ ଓ ଦଳିୟ କର୍ମିଙ୍କ ଉପସ୍ଥିତରେ ବିନିକା ବ୍ଳକ ବିଡ଼ିଓ ,ଏଇ ଓ ଜେଇ ଙ୍କୁ ଆମତ୍ରଣ କରି ଦଳିୟ କର୍ମ କର୍ତ୍ତା ମାନଙ୍କୁ ଉନ୍ନୟନ କାର୍ଯ୍ୟ ରେ ନିୟୋଜିତ କରିବାକୁ ନିଦ୍ଦେଶ କରି ଥିବା ସୁଚନା ଦେଇଛନ୍ତି।ଗତ ମେଇ ୯ ତାରିଖ ଦିନ ବିଧାୟକ ଶ୍ରୀ ଜଗଦଲା ଓ ତାଙ୍କ ଦଳିୟକର୍ମିୀ ମାନଙ୍କ ସହ ବ୍ଳକ କାର୍ଯ୍ୟଳୟକୁ ପ୍ରବେଶ କରି ସରକରୀ ଫାଇଲ ଫୋପାଡ଼ି ଥିବା ସହ ବ୍ଳକର କନିଷ୍ଠ ଯନ୍ତ୍ରୀ ଭୋଜରାଜ ମେହେରଙ୍କୁ ଗାଳିଗୁରଜ କରିଥିଲେବୋଲି ଲିଖିତ ପତ୍ରରେ ଦର୍ଶାଇଛନ୍ତି।ସମସ୍ତ ବିନିକା ବ୍ଳକରେ କାର୍ଯ୍ୟକାରୀ ହେଉଥିବା ଜନହିତ କାର୍ଯ୍ୟରେ ବିନା ରଜନୈତିକ ଚାପରେ କାମ କରିବାକୁ ଜିଲ୍ଲା ପ୍ରଶାସନ ସହଯୋଗ ଲୋଡ଼ିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।ଏହାର ଅବିକଳ ନକଳ ଭୂବନେଶ୍ବର ମୂଖ୍ୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ , ଭୁବନେଶ୍ବର ପଞ୍ଚାୟତୀ ରାଜ ବିଭାଗ ସଚିବ, ସୁବର୍ଣ୍ଣପୁର ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଙ୍କ ପଠାଇଥିବା ପ୍ରକାଶ କରିଛନ୍ତି।ଜିଲ୍ଲାପରିସଦ ସଭ୍ୟ ବରିଷ୍ଠ ଭରାସାଗର,ବିନିକା ବ୍ଳକ ସରପଞ୍ଚ ସଂଘ ସଭାପତି ରଜତ ପଧାନ , ମେଘେଳା ସମିତି ସଭ୍ୟ ସୁବ୍ରତ ମହାକୁର ,କଇଁନ୍ତରା ସମିତିସଭ୍ୟ କଲ୍ୟାଣୀ ସା, ଜୁଲୁଣ୍ଡା ସମତିସଭ୍ୟ ପ୍ରଣତୀ ସାହୁ, ସିଲାଟି ସରଞ୍ଚ ହାସିନା ସେଟ, ସିଙ୍ଘିଯୁବା ସମିତିସଭ୍ୟ ସୁକ୍ରୁ ନାଏକ, ବାବୁପାଲି ସମିତିସଭ୍ୟ ସତ୍ୟ ନାରାୟଣ ସୁନା, ବାଙ୍କର୍ଘିଡ଼ି ସମିତିସଭ୍ୟ ମାନସ ବେହେରା, ମହଦା ସରପଞ୍ଚ ଭିମସେନ ସିଙ୍ଗଦେଓ,ସମିତି ମକରଧ୍ବଜ ଚୈାଧୁରୀ, ଭଣ୍ଡାର ସମିତିସଭ୍ୟ ଟିନା ସେଟ, ସିଙ୍ଘିଯୁବା ସରପଞ୍ଚ ପଦ୍ମିନି ତ୍ରୀପାଠୀ, ସମେତ ବ୍ଳକର ଅନେକ ସରପଞ୍ଚ ,ସମିତିସଭ୍ୟ ଉପସ୍ତିତ ଥିଲେ।
Recent Comments