ବଡ଼ବିଲ ସିଟି,୧୪/୫(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧିନସ୍ଥ ସୀମାନ୍ତ ଖଣି ଅଞ୍ଚଳ ବଲାଣି ର କେନ୍ଦ୍ରୀୟ ଓଦ୍ୟୋଗିକ୍ ସୁରକ୍ଷା ବଳ (ସି.ଆଇ.ଏସ.ଏଫ୍ ୟୁନିଟ) ପକ୍ଷରୁ ବଲାଣି ସ୍ଥିତ ପ୍ରସିଦ୍ଧ ଝିଙ୍କ୍ରା ଜଳପ୍ରପାତ ଠାରେ ସ୍ୱଚ୍ଛ ଭାରତ ଗଠନ ଉଦ୍ଦେଶ୍ୟ ରେ ସଚେତନତା ଅଭିଯାନ ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ର ପରିଚାଳନା ୟୁନିଟ କମାଣ୍ଡର ଉପ କୋମାଣ୍ଡେଣ୍ଟ ଶ୍ରୀ ଦୀପକ ରାୟ ଙ୍କ ନିରୀକ୍ଷଣ ରେ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପ୍ରକୃତି ପରିବେଶ ସଂରକ୍ଷଣ, ସ୍ଵଚ୍ଛତା ପ୍ରତି ଜନ ସଚେତନତା ତଥା ଏଠିକାର ପ୍ରସିଦ୍ଧ ଝିଂକ୍ରା ଜଳପ୍ରପାତ ପରି ପ୍ରାକୃତିକ ସ୍ଥଳ ର ସୁନ୍ଦର୍ଯ୍ୟ ଏବଂ ସୁରକ୍ଷା ମଣିଷ ଜୀବନରେ କେତେ ଆବଶ୍ୟକ ଅଛି l କାରଣ ସ୍ଵଚ୍ଛତା ହିଁ ସୁସ୍ଥ ଜୀବନର ଚାବିକାଠି ବୋଲି ଶ୍ରୀ ଦୀପକ ଦର୍ଶାଇଥିଲେ l ସି.ଆଇ.ଏସ.ଏଫ୍ ର ଯବାନମାନେ ଉକ୍ତ ଜଳପ୍ରପାତ ସ୍ଥଳରେ ଏଣେ ତେଣେ ପଡିଥିବା ଅଳିଆ ଆବର୍ଜ୍ଜନା,ପ୍ଲାଷ୍ଟିକ ଏବଂ ଅନ୍ୟ ଅବିଶିଷ୍ଠ ପଦାର୍ଥ ଗୁଡ଼ିକୁ ସଫା କରି ଏହି କାର୍ଯ୍ୟକ୍ରମ ରେ ବେଶ୍ ଭୂମିକା ନେଇଥିବାର ଦେଖିବାକୁ ମିଳିଛି lଏହା ବ୍ୟତୀତ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ଝୀଙ୍କ୍ରା ଜଳପ୍ରପାତ ସ୍ଥଳରେ ଥିବା ନାଳ ଉପରେ ଯିବା ଆସିବା ପାଇଁ ଏକ କାଠ ରେ ତିଆରି ହୋଇଥିବା ପୋଲ ର ମରାମତି କାର୍ଯ୍ୟ କରାଯାଇଥିଲା lଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ୟୁନିଟ ର ସମସ୍ତ କର୍ମୀମାନେ ସହଯୋଗ କରିଥିଲେ
Recent Comments