logo
add image
ଗୁଣୁପୁର ଓଡିଶା ଆଦର୍ଶ ବିଦ୍ୟାଳୟର ସଫଳତା

ଗୁଣୁପୁର ଓଡିଶା ଆଦର୍ଶ ବିଦ୍ୟାଳୟର ସଫଳତା

ଗୁଣୁପୁର/ରାୟଗଡା/୧୫/୫/୨୦୨୫/(ଆଧାର ମିଡ଼ିଆ)-ପ୍ରକାଶ ପାଇଛି ସି ବି ଏସ୍ ସି ପରୀକ୍ଷା ଫଳ । ଏଥିରେ ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ବିଦ୍ୟାଳୟର ସଫଳତା ଦେଖିବାକୁ ମିଳିଛି । ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଦଶମ ଶ୍ରେଣୀର ଇପ୍ସିତା ଦାସ ୯୭.୪%, ଡକି ମନସ୍ୱିନୀ ୯୪.୬%, ଚିନାରୀ ନୟନ କୁମାର ୯୧.୪%, ବିଦ୍ୟାଶ୍ରୀ ଦୋରା ୯୧.୨% ରଖି ସଫଳତା ହାସଲ କରିଛନ୍ତି । ସେହିପରି ଦ୍ଵାଦଶ ଶ୍ରେଣୀରେ ଦୁତି ପଣ୍ଡିତ ୮୮%, ରୁଦ୍ରସାୟୀ ଲକ୍ଷ୍ମୀ ପ୍ରସାଦ ୮୬.୪%, କିରଣ୍ମୟୀ ଚୌଧୁରୀ ୮୪.୨% ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିରଣ୍ମୟୀ ଚୌଧୁରୀ ଓ ରୁଦ୍ରସାୟୀ ଲକ୍ଷ୍ମୀ ପ୍ରସାଦ ଜେଇଇ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି । ଦଶମରେ ୭୧ ଜଣ ପରୀକ୍ଷା ଦେଇଥିବା ବେଳେ ୬୬ ଜଣ ଓ ଦ୍ଵାଦଶରେ ୬୦ ଜଣରୁ ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପିଲାଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ତାପସିରାଣୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ପିଲାଙ୍କ ଏଭଳି ସଫଳତା ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ବିଦ୍ୟାଳୟର ଶିକ୍ଷାଦାନ ଓ ପରିଚାଳନାକୁ ପ୍ରଶଂସା କରିଛନ୍ତି ।

Recent Comments

Leave Comments

Top