logo
add image
ସୁଭଦ୍ରାଙ୍କୁ ନ୍ୟାୟ ଦାବୀରେ କଣିହାଁ ଏନଟିପିସି,ବଜାରବନ୍ଦ ରାସ୍ତାଘାଟ ଶୂନଶାନ l

ସୁଭଦ୍ରାଙ୍କୁ ନ୍ୟାୟ ଦାବୀରେ କଣିହାଁ ଏନଟିପିସି,ବଜାରବନ୍ଦ ରାସ୍ତାଘାଟ ଶୂନଶାନ l

କଣିହାଁ/୧୯/0୫ /୨0୨୫/(ଆଧାର ମିଡ଼ିଆ// ରିପୋର୍ଟ ଟୁନା ସାହୁ)-ଅନୁଗୁଳୁ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମର ସୁଭଦ୍ରା ପୁଦିଲୀଙ୍କୁ ଅପହରଣ,ପରେ ଦୁଷ୍କର୍ମ ଓ ବିଭତ୍ସ ହତ୍ୟାକାଣ୍ଡରେ ସମ୍ପକୃ ଥିବା ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋର ତର ଦଣ୍ଡ ବିଧାନ ଦାବିରେ ସୋମବାର କଣିହାଁ ଏନଟିପିସି ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି।ଅଖିଳ ଭାରତୀୟ ପରିସଙ୍ଘ ରାଜ୍ୟ ସଭାପତି ଏଲ.ମାଣିକ୍ୟପ୍ରଭା ଜିଲ୍ଲା ମହିଳା ମଞ୍ଚର କଣିହାଁ ଆବାହକ ଗୌରୀ ନାଏକ,ଏବଂ ଜିଲ୍ଲା କଂଗ୍ରେସ ମହିଳାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ କଣିହାଁ ଅଞ୍ଚଳର ସମସ୍ତ କଳ କାରଖାନା, ସରକାରୀ ଅଫିସ ବନ୍ଦ କରାଯାଇଛି।
ଆଜି ସକାଳ୬ଟାରୁ ଏନଟିପିସି ଓ କଣିହାଁର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହିତ ବିଭିନ୍ନ ଛକ ସ୍ଥାନରେ ପିକେଟିଂ କରାଯାଇଥିଲା।ବି.ଆର ଆମ୍ବେଦକର ସ୍ମୃତି ପରିଷଦ କଣିହାଁ ସଭାପତି ବିପ୍ରବର ନାଏକ, ସମ୍ପାଦକ କୁମୁନ୍ଦବାନ୍ଧବ ନାଏକ, କଣିହାଁ ସୁରକ୍ଷା ମଞ୍ଚ କଣିହାଁ ସଭାପତି ବିକାଶ କୁମାର ପ୍ରଧାନ, ସମ୍ପାଦକ ସତ୍ୟବ୍ରତ ମହାନ୍ତି,ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ର ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକ, କଣିହାଁ ଆଞ୍ଚଳିକ ସଭାନେତ୍ରୀ ପ୍ରଗତି ନାୟକ, ଜେମା ମଣି ନାଏକ, ଅଲ ଇଣ୍ଡିଆ ଡେମୋ କ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଅନଗୁଳ ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ଏଆଇୟୁଟିସି ରାଜ୍ୟ ସମ୍ପାଦକ ଜୟସେନ ମେହେର, ତାଳଚେର ଥର୍ମାଲ ୱାର୍କର ୟୁନିୟନର ଯୁଗ୍ମ ସମ୍ପାଦକ ଟୁନା ନାଏକ, ଏସୟୁସିଆଇ କଣିହାଁ ଅଞ୍ଚଳ କମିଟି ସମ୍ପାଦକ ପ୍ରହଲ୍ଲାଦଚନ୍ଦ୍ର ସାହୁ, ସଂସ୍କୃତିକ ସଂଗଠନର ବ୍ଲକ୍ ସମ୍ପାଦିକା ମିନତୀ ସାମଲ,ନିତ୍ୟାନନ୍ଦ ନାଏକ, ଚରଣ ନାଏକ, ଅଥାନି ନାଏକ, ଟୁନା ନାଏକ, ଟୁଟୁ ନାଏକ, କୈଳାସ ନାଏକ, ପଦ୍ମ ଚରଣ ନାଏକ ସମେତ ଶତାଧିକ ଲୋକଙ୍କ ସହଯୋଗରେ ଏହି ବନ୍ଦ ପାଳନ କରାଯାଇଛି।
କଣିହାଁ ଖୋଲାମୁହଁ କୋଇଲା ଖଣି, ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ, ଏନଟିପିସି ପ୍ରକଳ୍ପ ଆଦିରେ ଆନ୍ଦୋଳନର ପ୍ରଭାବ ବେଶ ଦେଖିବାକୁ ମିଳିଥିଲା। କଣିହାଁ ତହସିଲ, ବ୍ଲକ୍ ଅଫିସ, ରାଜସ୍ୱ କାର୍ଯ୍ୟାଳୟ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ହେଇଥିଲା।ବିଶେଷ କରି ଉପରୋକ୍ତ ଚାରି ସଂଗଠନ କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇ ଥିଲେ।ଅପରାହ୍ଣ ୬ଘଣ୍ଟିକା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ପରିସଙ୍ଘ ରାଜ୍ୟ ଅଧକ୍ଷା ଶ୍ରୀମତୀ ଏଲ.ମାଣିକ୍ୟ ପ୍ରଭାଙ୍କ ସୂତ୍ରରୁ ପ୍ରକାଶ।

Recent Comments

Leave Comments

Top