logo
add image
ସ୍ୱାଧୀନତା ଠାରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ପଞ୍ଚାୟତ ରାସ୍ତାକୁ ଉଦଘାଟନ କରିବେ ଆଶ୍ରିତ.

ସ୍ୱାଧୀନତା ଠାରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ପଞ୍ଚାୟତ ରାସ୍ତାକୁ ଉଦଘାଟନ କରିବେ ଆଶ୍ରିତ.

ପିପିଲି/୨୫/୬/୨୦୨୫/( ଆଧାର ମିଡ଼ିଆ)- ସ୍ୱାଧୀନତା ପରଠାରୁ ଆଜିପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଏକ ପରିତ୍ୟକ୍ତ ରାସ୍ତା ଥିବାବେଳେ ଏହି ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ସରକାର ନଜର ମଧ୍ୟକୁ ନେଇ ଏବେ ନୂତନ ନବୀକରଣ ରାସ୍ତା ନିର୍ମାଣ କରିବାକୁ ବସିଥିବା ବେଳେ ଏହାକୁ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପିପିଲି ଗ୍ରାମ ଉର୍ନ୍ନୟନ ବିଭାଗ ଅଧିକାରୀଙ୍କ ଦ୍ୱାରା ଗୁରୁବାର ଦିନ ଉଦଘାଟନ କରାଯିବା ପାଇଁ ସ୍ଥିରହୋଇଛି. ଉକ୍ତ ପରିତ୍ୟକ୍ତ ପଞ୍ଚାୟତ ରାସ୍ତାଟି ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ୱତୀପୁର ଗ୍ରାମ ପଞ୍ଚାୟତ ରାସ୍ତା. ଏହି ରାସ୍ତାପାଇଁ ପ୍ରାୟ ସାଢେ ଛଅ କୋଟିଟଙ୍କା ବ୍ୟୟ ବରାଦ କରାଯାଇ ଟେଣ୍ଡର ହୋଇ ଠିକାଦାରଙ୍କ ଦ୍ୱାରାଙ୍କ ଦ୍ୱାରା କାର୍ଯ୍ୟ ପାଇଁ ବିଭାଗ ତରଫରୁ ସୂଚନା ମିଳିଛି.
ଉକ୍ତରାସ୍ତା ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ ଥିବା ବେଳେ ରାସ୍ତା ଉପରେ ସୁବଳୟାପାଟଣା. ବରଦାମାଳ.ସାନଗାଁ.ନୂଆପଡା. ଛଣଘର.ବାଲିପୋଖରୀ.ବାଲି ପାଟଣା. ଘୁଷୁରୀ ଖାଲ. ବନମାଳୀପୁର. କୋଠସାହି. ଦାସ ପାଟଣା. ସରସ୍ବତୀପୁର. ରଥପୁରୁ ଷୋତ୍ତମପୁର.ବାଲିଗାଁ.ଭଳି ଅନେକ ଗ୍ରାମବାସୀ ନିର୍ଭର କରିଥାନ୍ତି. ବିଶେଷ କରି ଏହି ରାସ୍ତା ସ୍ୱାଧୀନତା ଠାରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ବୟସ୍କ ବୃଦ୍ଧା ମାନେ ଭତ୍ତା ପାଇଁ ଯାଇ ଉକ୍ତ ପରିତ୍ୟକ୍ତ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଏଦିଗରେ କାହାରି ନଜର ନଥିଲା. ଯାହାକି ସାଧାରଣ ଲୋକ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ପ୍ରାୟ ୫   କିମି ରାସ୍ତା ବୁଲିକି ଯିବାକୁ ପଡୁଥିଲା. ଏଭଳି ବଡ଼ ସମ୍ବେଦନଶୀଳ ସମସ୍ୟା ଉପରେ ମାନ୍ୟବର ବିଧାୟକଙ୍କ ନଜର ମଧ୍ୟରେ ଥିବାବେଳେ ଏବେ ଏହିରାସ୍ତା କାର୍ଯ୍ୟ ପୂର୍ଣ୍ଣର ଉଦ୍ଧାର ନୂତନ କାର୍ଯ୍ୟର ଉଦଘାଟନ ହେବା ଜାଣି ୨୫ଗୋଟି ଗ୍ରାମବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି.ଉକ୍ତରାସ୍ତା ସରସ୍ବତୀପୁର ରାଜୀବ ସେବା କେନ୍ଦ୍ରଠାରୁ ଆରମ୍ଭ ହୋଇ ସୁବଳୟାପାଟଣା. ବରଦାମାଳ. ସାନଗାଁ ବିଲ କପିଳେଶ୍ୱର ଦେଵ ପିଠ ଠାରୁ କୋଠସାହି ଏବଂ ବାଲିପୋଖରୀ ମେଳଣ ପଡିଆ ଠାରୁ ବାଲିପାଟଣା ହରିଜନ ସାହି ଗାଁ ମୁଣ୍ଡପର୍ଯ୍ୟନ୍ତ ନିର୍ମାଣ ହେବାର ସ୍ଥିର ହୋଇଛି.     

Recent Comments

Leave Comments

Top