ସୋନପୁର/୨୭/୦୬/୨୦୨୫/(ଆଧାର ମିଡ଼ିଆ)-ସୋନପୁର ପଟାଭାଡ଼ି ରାମଜୀ ନଗର ସ୍ଥିତ ରାମ ମନ୍ଦିରର ପୂଜକ ଦିଲ୍ଲୀପ ଦାଶଙ୍କ ମାତା ଲତାଦାଶ (୯୯) ବର୍ଷଙ୍କ ବିୟୋଗ ଘଟିଛି l ଶତାୟୁ ମହିଳା ଶ୍ରୀମତୀ ଦାଶ ଜଣେ ସରଳ ଓ ଧର୍ମ ପରାୟଣ ମହିଳା ଭାବେ ପରିଚିତ ଥିବାବେଳେ ତାଙ୍କ ବିୟୋଗରେ ସୋନପୁର ରାମଜୀ ନଗର ଓ ସ୍ଥାୟୀ ଗାଁ ସର୍ଗୁଣାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଆର୍ ଏସ ଏସ ସଂଗଠନ ସମେତ ଏ ଅଞ୍ଚଳର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟl ଦାଶଙ୍କ ଅନ୍ତିମ ଦର୍ଶନ କରିଥିବା ବେଳେ ମୃତ୍ୟୁ ଶଯ୍ୟା ପାଖରେ ବହୁ ଯଶସ୍ଵିନୀ,ମଧୁମିତା ନାତି ରାହୁଳ, ଧନଞ୍ଜୟ, ମନୋଜଙ୍କ ସମେତ ନାତି ବହୁ ନିଳୀମା , ରୁପାଞ୍ଜଳି ଓ ରିନା ଉପସ୍ଥିତ ଥିଲେ l ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟରେ ଶ୍ରୀମତୀ ଦାଶଙ୍କ ସଂସ୍କାର କରାଯାଇଥିଲା l ବଡପୁଅ ଦିଲ୍ଲୀପ ଦାଶ ମାଙ୍କ ଅନ୍ତିମ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l
Recent Comments