କଣିହାଁ/୨୮/୦୬/୨0୨୫//(ଆଧାର ମିଡ଼ିଆ //ରିପୋର୍ଟ ଟୁନା ସାହୁ) ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି, କଣିହାଁ, ପବିତ୍ର ନଗର ମଣ୍ଡଳ ପକ୍ଷରୁ ଏହି ନାଲମ ମାଟିର ପୁଅ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୬ତମ ଜନ୍ମଦିବସ ଉପଲକ୍ଷେ,ଗୁରୁବାର ବିଭିନ୍ନ ସ୍ଥାନରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ରେରେଙ୍ଗାଳି ମଣ୍ଡଳ ସଭାପତି ଯୁବ ନେତା ହରେକୃଷ୍ଣ ପ୍ରଧାନଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବୃକ୍ଷ ରୋପଣ ଆୟୋଜିତ କରିଥିଲେ ଲ
ରେଙ୍ଗାଳି ମଣ୍ଡଳର ସଭାପତିଙ୍କ ନେତୃତ୍ୱରେ ପଳାସବାହାଳୀ ବାବା ନାଗେଶ୍ୱର ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏହି ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଜନ୍ମଦିନରେ ପୂଜାର୍ଚନା କରି ଦୀର୍ଘାୟୁ କରି ଦୀପପ୍ରଜ୍ବଳନ କରାଯାଇ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଶୁଭ କାମନା କରିଥିଲେ l ଏଥିରେ ବରିଷ୍ଠ ବିଜେପି ନେତା ରାଜ୍ୟ ଏସସି ମୂର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ସ୍ୱରାଜ, ପୂର୍ବତନ ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ,ବରିଷ୍ଠ ବିଜେପି ନେତା ବିନୟ ପ୍ରଧାନ,ବିଶିଷ୍ଟ ସାମାଜସେବି ଭରତ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଟୀକନ ପ୍ରଧାନ, ଉପ ସଭାପତି ନିଶାକର ପ୍ରଧାନ,ମଣ୍ଡଳ ସଦସ୍ୟ ହରିହର ସାହୁ, ମିନା ସାମଲ ,ଟୁନା ଧୀର, ପୀତବାସ ନାଏକ, ବିଭୁତି ଭୂଷଣ ସ୍ୱାଇଁ, ନିର୍ମଳ ବେହେରା, ତରୁଣ କୁମାର ସାହୁ, ମନୋଜ କୁମାର ସାହୁ, ଗୋବର୍ଦ୍ଧନ ସାହୁ,ପ୍ରମୁଖ ନେତୃ ମଣ୍ଡଳୀ ସାମିଲ ଥିଲେ l
ଏହି କାର୍ଯ୍ୟକ୍ରମରେ ମହିଳା ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ସେହିପରି କଣିହାଁ ମଣ୍ଡଳ ସଭାପତି ସୁଶାନ୍ତ ସାମଲ ନିଜ ଗ୍ରାମ ଗୁଣ୍ଡୁରୀନାଲି ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଡ଼ଃ ଦେବେନ୍ଦ୍ର ପ୍ରଧାନ ପାଉଣ୍ଡେସନ ର ଆବାହକ ବିକାଶ ପ୍ରଧାନଙ୍କ ନେତୃତ୍ୱରେ ଟିଟ୍ରିମl ସ୍ଥିତ ନୃସିଂହ ନାଥ ମନ୍ଦିରରେ ପୂର୍ଜାଅର୍ଚନା କରିବା ସହ ଗୁରୁବାହାଲ, ଚିନ୍ତାମଣିପୁର, ଗ୍ରାମରେ ବୃକ୍ଷ ରୋପଣ କରିବା ସହିତ କାଯ୍ୟକ୍ରମରେ ଶତାଧିକ ଲୋକ ସାମିଲ ହୋଇଥିଲେ l ଏଥି ସହିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପର ଟାଉନ ସିପି ସ୍ଥିତ ଦିପ୍ତରଙ୍ଗ ଠାରେ ଡ଼ଃ ଦେବେନ୍ଦ୍ର ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା
Recent Comments