logo
add image
କଣିହାଁ ଓସିପି  ମେଘାସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

କଣିହାଁ ଓସିପି ମେଘାସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

କଣିହାଁ/୦୬/୦୭/୨0୨୫//(ଆଧାର ମିଡ଼ିଆ ରିପୋର୍ଟ ଟୁନା ସାହୁ ) ଅନୁଗୋଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲାଖଣି ତରଫରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ୩ଦିନ ଧରି ମେଘା ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଗତକାଲି ପୂର୍ବାହ୍ନରେ କଣିହାଁ ଓସିପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଛି l ଏଥିରେ ଅତିଥି ଭାବେ କୋଇଲା ଖଣି ମହାପ୍ରବନ୍ଧକ ନରେଶ ସିଂହ ମେଘା ସୁରକ୍ଷା ଅଭିଯାନ ରଥ କୁ ଅlନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରକଳ୍ପ ଅଧିକାରୀ ଅକ୍ଷୟ କୁମାର ଦାସ, ଖଣି ମ୍ୟାନେଜର ରତ୍ନାକର ବେହେରା ,ବିଏମଏସ ସଭାପତି ଅଭୟ କୁମାର ସାହୁ, ନାରୀନେତ୍ରୀ ସଂଘମିତ୍ରା ପ୍ରଧାନଙ୍କ ସହ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ l ମେଘା ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମକୁ ଖଣି ସୁରକ୍ଷା ଅଧିକାରୀ ମୁନିର ଅହମଦ ସଂଯୋଜନା କରିଥିଲେ l ଖଣି ସୁରକ୍ଷା ଓ ସଚେତନତା ଅଭିଯାନ ଓ ଆଭିମୁୟ ସମ୍ପର୍କରେ ଅତୁନ ନିୟୋଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଖଣି ଅଧିକୃତ ଗ୍ରାମାଞ୍ଚଳ ଓ ପଥପ୍ରାନ୍ତ ସହ ଶ୍ରମିକ ମାନଙ୍କୁ ସଚେତନ କରିବାର ଅଭିନଵ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ମାନେ ଶ୍ରମିକ ସୁରକ୍ଷା ଓ ଖଣିରୁ ଚୋରା କୋଇଲା ଚାଲାଣ ସହ ଗ୍ରାମାଞ୍ଚଳରୁ କୋଇଲା ଖଣି ଭିତରେ ପ୍ରବେଶ ନ କରିବାକୁ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ l ଭାରତ ସରକାର ଅଧିନସ୍ଥ କୋଇଲା ମନ୍ତ୍ରାଳୟ ଦ୍ୱାରା ଖଣି ଓ ଶ୍ରମିକ ସୁରକ୍ଷା ହେଲେ ରାଷ୍ଟ୍ର ଗଠନରେ ସହାୟକ ହେବା ପାଇଁ ମେଘା ସୁରକ୍ଷା ରଥରେ ଆଭାସୀ ମଧ୍ୟରେ ସଚେତନତା ଅଭିଯାନ କରାଯାଉଛି l ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଶ୍ରମିକ ଓ ଠିକା ସଂସ୍ଥାର ଶ୍ରମିକ ମାନେ ମନରେ ଉତ୍ସlହ ଦେଖା ଦେଇଥିଲା l ଏହି କାର୍ଯ୍ୟକ୍ରମରେ ଖଣି ଅଧିକୃତ ଗ୍ରାମର ସଭାପତି ସମ୍ପାଦକ ଠିକା ସଂସ୍ଥାର ଅଧିକାରୀ ଓ ଶ୍ରମିକ ମାନେ ଯୋଗଦେଇଥିଲେ l

 

Recent Comments

Leave Comments

Top