logo
add image
ବିଷମ କଟକରେ ପାନୀୟ ଜଳ ସଂଯୋଗି କରଣ ଯୋଜନାର ଶିଳାନ୍ୟାସ

ବିଷମ କଟକରେ ପାନୀୟ ଜଳ ସଂଯୋଗି କରଣ ଯୋଜନାର ଶିଳାନ୍ୟାସ

ବିଷମ କଟକ/୯/୭/୨୦୧୫/(ଆଧାର ମିଡ଼ିଆ//କାଶିନାଥ ପାଳ)-ରାୟଗଡା ଜିଲ୍ଲା ବିଷମକଟକ ସଦର ଗାଁ ମେଗାଜଳ ପ୍ରକଳ୍ପରୁ ବାଦ୍ ପଡିଥିବା ବେଳେ ରାଜ୍ୟ ସରକାର ଏହି ଗାଁକୁ ସ୍ୱତନ୍ତ୍ର ଜଳ ସଂଯୋଗୀକରଣ ଯୋଜାନର ଅନ୍ତର୍ଭକ୍ତ କରି ବିଷମ କଟକ ଗାଁ ରେ ପାନୀୟ ଜଳ ଯୋଗାଣ ନିମନ୍ତେ ୪କୋଟି ୩୯ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ବିଷମ କଟକ ଗୁଣ୍ଡିଚା ମନ୍ଦିର ନିକଟରେ ଏହି ପ୍ରଳଳ୍ପ ଆରମ୍ଭ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ବିଷମ କଟକ ବିଧାୟକ ନିଳମାଧବ ହିକକା ମୂଖ୍ୟ ଅତିଥି ଭାବେ ଯୋଗାଦେଇ ପୂଜାର୍ଚ୍ଚନା କରି ପ୍ରକଳ୍ପ ନିର୍ମାଣର ଶିଳାନ୍ୟାସର ଶୁଭ ଦେଇଛନ୍ତି ।
ଏହି ପ୍ରକଳ୍ପ ମାଧ୍ୟମରେ ବିଷମ କଟକ ସହରର ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ଅବସରରେ ସାଂସଦ ପ୍ରତିନିଧି ଦିଲ୍ଲିପ କୁମାର ପଟ୍ଟନାୟକ,ବିଷମ କଟକ ସରପଂଚ ନମିତା କୁଲସିକା, ନାଏବ ସରପଂଚ ପ୍ରଦୀପ କୁମାର ଗୁଡଲା,ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା,ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ ,ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡି,ଥାନା ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢି,ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର,ଯନ୍ତ୍ରୀ ରାଶ୍ରୀ ପାତ୍ର, ଅମିତାଭ ପଟ୍ଟନାୟକ,ତ୍ରିନାଧ ଗୌଡ,ଶୁଭେନ୍ଦୁ ଚୌଧୁରୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଷମ କଟକ ବିଧାୟକ ନିଳମାଧବ ହିକକା ଙ୍କ ପ୍ରଚେଷ୍ଠାରେ ବିଷମ କଟକ ସହର  ପାନୀୟ ଜଳ ସଂଯୋଗୀକରଣ ଯୋଜନାରେ ସମିଲ କରାଇଥିବାରୁ ବିଷମ କଟକ ବାସୀ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।

Recent Comments

Leave Comments

Top