logo
add image
ସୁବର୍ଣ୍ଣପୁର ଜିଲ୍ଲା ତରଭାବ୍ଲକ୍ ମାରାଡୋ ଗୁଛାପେସ୍କରେ ଚାଲିଛି ଚାଷୀପ୍ରତି ଅତ୍ୟାଚାର।

ସୁବର୍ଣ୍ଣପୁର ଜିଲ୍ଲା ତରଭାବ୍ଲକ୍ ମାରାଡୋ ଗୁଛାପେସ୍କରେ ଚାଲିଛି ଚାଷୀପ୍ରତି ଅତ୍ୟାଚାର।

ସୋନପୁର/୧୩/୦୭/୨୦୨୫/(ଆଧାର ମିଡ଼ିଆ)- ସୁବର୍ଣ୍ଣପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ହୋଇଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ବହୁ ସଂଖ୍ୟାରେ ଅଭିଯୋଗ ହୋଇଥିଲା ମାତ୍ର ଏକ ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ସୁବର୍ଣ୍ଣପୁର ଜିଲ୍ଲା ମରାଡୋଗୋଛା ପେକ୍ସ୍ ରେ ଧାନକିଣା ଦୁର୍ନୀତି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଚାଷୀ କୁନା ସର୍କଷଣ ସାହୁଙ୍କ ଅଭିଯୋଗ ପରେ ପେକ୍ସ୍ ସମ୍ପାଦକ ନବୀନ ଦାଶ ରାଗି ଯାଇଥିଲେ ଓ ତାଙ୍କ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଓ ତାଙ୍କ ସହଯୋଗୀଙ୍କ ସହ ମିଶି ଆକ୍ରମଣ କରିଥିବା କମସରା ଥାନାରେ ଅଭିଯୋଗ କରିଛନ୍ତି।
ମାତ୍ର ଦିନପରେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କର୍ଯୁନୁଷ୍ଠାନ ନେଇ ନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଚାଷୀ ନିଜସ୍ଵ ଖର୍ଚ୍ଚରେ ଧାନ ପରିବହନ କରି ମିଲର୍ସଙ୍କ ପାଖକୁ ଚାଷୀ ଧାନନେଇ ଯାଇଥିବାରୁ ମିଲମାଲିକ ମନଇଚ୍ଛା ୧୪/୧୫ କେଜି କଟନି ଛଟନି କରିଥିବା ସରପଞ୍ଚ ମୋନମୋହନ ସାହୁ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ ମଧ୍ୟ ଏ ବିଷୟରେ ଗମ୍ଭୀରତା ସହ ଚିନ୍ତାକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଭିଯୋଗ ପ୍ରୋକଷ୍ଠରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଆଦେଶ ଦେଇଥିବା ଦେଖିବାକୁ ମିଳିଥିଲା।

Recent Comments

Leave Comments

Top