logo
add image
ଅଧ୍ୟାପକ କର୍ମଚାରୀଙ୍କୁ ମାନସିକ ନିର୍ଯାତନା- ଇସ୍ତଫା ଦେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ଅଧ୍ୟାପକ କର୍ମଚାରୀଙ୍କୁ ମାନସିକ ନିର୍ଯାତନା- ଇସ୍ତଫା ଦେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ଜମନକିରା/ସମ୍ବଲପୁର/୧୩/୦୭/୨୦୨୫/(ଆଧାର ମିଡିଆ): ଷଣ୍ଢପଥର ଉଚ୍ଚତର ମାଧ୍ୟମିକ ସ୍କୁଲ (ବିଜ୍ଞାନ) ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସ ଶୃଙ୍ଖଳା ଭଙ୍ଗକରି ନିଜ ଅଧ୍ୟାପକ, କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଫଳରେ ସ୍କୁଲ୍ ରେ ଶିକ୍ଷକ କର୍ମଚାରୀ ମହଲରେ ଅଶାନ୍ତି ବାତାବରଣ ଲାଗିରହିଛି। ଯିଏ ଅଧ୍ୟକ୍ଷାଙ୍କ କଥା ନମାନିଲେ ତାକୁ ଚାକିରୀରୁ ବିଦା କରିବାକୁ ଚକ୍ରାନ୍ତ ରଚି ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ଏହି କାରଣରୁ ଗତ ୪ ତାରିଖରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାକେଶ ପ୍ରଧାନ ଚାକିରୀରୁ ନିଜେ ଇସ୍ତଫା ଦେଇ ଘରକୁ ଚାଲି ଯାଇଛନ୍ତି।
ଅଧ୍ୟାପକ ଶ୍ରୀ ପ୍ରଧାନ ଗତ ତା୭/୦୪/୨୦୨୫ ମସିହାରେ ସ୍କୁଲ୍ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସ ତାଙ୍କୁ ଦୁର୍ବ୍ୟବହାର ଓ ଆଶାଳୀନ ମନ୍ତବ୍ୟ ଦେଉଥିବା ନେଇ ଡିଡବ୍ଲୁଓଙ୍କ ନିକଟରେ କାନ୍ଦି କାନ୍ଦି ଅଭିଯୋଗ କରିଥିଲେ। ପ୍ରଦତ୍ତ ଅଭିଯୋଗ ଅନୁଯାୟୀ, ତାଙ୍କୁ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ବେଶୀ ନମିଶିବାକୁ ତାଗିଦ୍ କରିଥିଲେ। ଯାହା କହିଲେ ସେଇ କଥାକୁ ହଁ ମାରିବାକୁ କହିଥିଲେ। ଜମନକିରାକୁ ଯାଇ ମାର୍କେଟିଂ କରିବା, ସ୍କୁଲ କାର୍ଯ୍ୟପାଇଁ ବ୍ଲକ୍ ଅଫିସ୍ କୁ ପଠାଉଥିଲେ। କୌଣସି କାମ ରେ ଅବହେଳା କଲେ ଦରମା କାଟିବାକୁ ଧମକ୍ ଦେଉଥିଲେ।
ଗତ ଫେବୃଆରୀ ମାସରେ ଅଧିକ କ୍ଲାସ୍ କରିଥିଲେ ବି ମୂଳ ଦରମାରୁ ୬ ହଜାର ଟଙ୍କା କାଟି ଦେଇଥିଲେ। କୌଣସି କଥାକୁ ପ୍ରତିବାଦ କଲେ ଛାତ୍ରାବାସରେ ରହୁଛ ଖାଉଛ ତେଣୁ ଅଧିକ କାମ କରିବାକୁ ବାଧ୍ୟ ବୋଲି କହିଥାନ୍ତି। ତେଣୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବା ସହ ମାନସିକ ଚାପଗ୍ରସ୍ତ ହୋଇ ତାଙ୍କ ଉଚ୍ଚଶିକ୍ଷାରେ ବାଧା ଓ ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ତାଙ୍କୁ ନ୍ୟାୟ ଦେବାକୁ ଜଣାଇଥିଲେ। ଏଠାରେ ପିଅନ ଭାବେ କାର୍ଯ୍ୟରତ ଥିବା କିଶୋର ଚନ୍ଦ୍ର ନାଏକ ଗତ ଏପ୍ରିଲ ୪ ତାରିଖରେ ତାଙ୍କୁ ଛୁଟୀଦିନ ଗୁଡ଼ିକରେ ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରାଯାଉଛି। ଅଧ୍ୟକ୍ଷାଙ୍କ ଯୋଗୁଁ ମାନସିକ ଚାପରେ କାମକରି ପାରିବେ ନାହିଁ ବୋଲି ଜଣାଇଛନ୍ତି।
ତେଣୁ ତାଙ୍କୁ ଅର୍ଡାବାହାଲ୍ କିମ୍ଵା ବଡ଼ମୁଣ୍ଡାଲୋଇ ସ୍କୁଲକୁ ବଦଳି କରିବାକୁ ଜଣାଇଛନ୍ତି। ଏହା ପୂର୍ବରୁ ତତ୍କାଳୀନ ପଦାର୍ଥ ବିଜ୍ଞାନ ଅଧ୍ୟାପିକା, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା, ଇଂରାଜୀ ଅଧ୍ୟାପକ ଓ ମେଟ୍ରୋନଙ୍କ ନାଁରେ ମିଥ୍ୟା ଅଭିଯୋଗ କରିଥିଲେ। ଖାଲି ଏତିକିରେ ଅଧ୍ୟକ୍ଷା ସନ୍ତୁଷ୍ଟ ହେଲେ ନାହିଁ । ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ନାଁରେ ଅଭିଯୋଗ କଲେ। ଏହାକୁ ନେଇ ଡିଡବ୍ଲୁଓ ଅଫିସରେ ଉଭୟ ବେଶ ପାଟିତୁଣ୍ଡ କରିଥିଲେ। ସ୍କୁଲରେ ଅନୈତିକ କାର୍ଯ୍ୟ ଓ ଚରିତ୍ରହିନା ଅଭିଯୋଗ ଦର୍ଶାଇ ତତ୍କାଳୀନ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କୁ କାର୍ଯ୍ୟରୁ ଅନ୍ତର ହେବାକୁ ପଡ଼ିଥିଲା।
ଏ ସଂପର୍କରେ ପ୍ରିନ୍ସିପାଲ ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସଙ୍କୁ ପଚାରିବାରୁ ଇଂରାଜୀ ଅଧ୍ୟାପକ ସନ୍ତୋଷ ପ୍ରଧାନ ବାଧ୍ୟବାଧକତା କରିବାରୁ ତାଙ୍କ ନାଁରେ ତତ୍କାଳୀନ ଅତିଥି ଅଧ୍ୟାପକ ରାକେଶ ପ୍ରଧାନ ଡିଡବ୍ଲୁଓଙ୍କୁ ଅଭିଯୋଗ କରିଥିବା ସ୍କୁଲ୍ ର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସମ୍ମୁଖରେ କହିଥିଲେ। କିନ୍ତୁ ଏନେଇ ତତ୍କାଳୀନ ଅତିଥି ଅଧ୍ୟାପକ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ମୁଁ କଣ ଛୋଟ ପିଲା ହୋଇଛି ଯେ ଯିଏ ଯାହା ମୋତେ କହିବ ଲେଖି ଅଭିଯୋଗ କରିଦେବି। ମୁଁ ଏତେ ଭିତରକୁ ଯିବାକୁ ଚାହୁଁ ନାହିଁ ମୋର ଭବିଷ୍ୟତ ପାଇଁ ନିଜ ଇଚ୍ଛାରେ ଚାକିରୀ ଛାଡ଼ିଦେଲି ବୋଲି କହିଥିଲେ।

 

Recent Comments

Leave Comments

Top