ପୁରୀ,୧୪/୭(ଆଧାର ମିଡ଼ିଆ)ଗତ ମାର୍ଚ୍ଚ ମାସ ବିଧାନସଭା ଅଧୂବେଶନରେ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବାପାଇଁ କରିଥିବା ଦାବି ପୂରଣ ହୋଇ ଘୋଷଣା ମଧ୍ଯ ସରିଗଲା ଏବଂ ପୁରୀ ମହାନଗର ନିଗମ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା।ଯେଉଁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଜି ବିଧାନସଭାର ସ୍ବତନ୍ତ୍ର କକ୍ଷରେ ନଗର ଉନ୍ନୟନ ବିଭାଗ ସହ ଜଡିତ ବିଧାନସଭା କମିଟିର ଅଧକ୍ଷ, ସଦସ୍ୟଗଣ,ନଗର ଉନ୍ନୟନ ବିଭାଗର ସଚିବ,ସ୍ବତନ୍ତ୍ର ସଚିବ,ଓଡ଼ିଶା ପୌରପାଳିକା ପ୍ରଶାସନିକ ନିର୍ଦ୍ଦେଶକ, ଭୁବନେଶ୍ବର ଓ କଟକ ମହାନଗର ନିଗମ ଆୟୁକ୍ତ,ଉପାଧ୍ଯକ୍ଷ (ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ) ଏବଂନଗର ଉନ୍ନୟନବିଭାଗର ବରିଷ୍ଠ ଅଧୂକାରୀଗଣଙ୍କ ଉପସ୍ଥିତିରେ କରାଯାଇଥିଲା।ଏହାଛଡା ଉକ୍ତି ସମୟରେ ନିମ୍ନୋକ୍ତ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ।ମହାନଗର ନିଗମ ରେ ଅନୁର୍ଭୁକ୍ତ ହେବାକୁ ଯାଉଥିବା ଗ୍ରାମପଞ୍ଚାୟତ ଗୁଡିକର ମେଗା ଜଳପ୍ରକଳ୍ପ ରୁ WATCO କୁ ସ୍ଥାନାନ୍ତର କରାଯିବା.ପୁରୀ ସହରର ୧୦୬ ଟି ହାଡ଼ି ଗୋହିରୀ ର ସମ୍ପୂର୍ଣ୍ଣ ମରାମତି ଏବଂ ସମ୍ପୂର୍ଣ୍ଣ ସଫେଇ କରିବା ପାଇଁ ଆବଶ୍ୟକ ପାଣ୍ଠି ପୌରପାଳିକାକୁ ଯୋଗାଇବା ପାଇଁ ଏବଂ ପୁନର୍ବାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି.ପୁରୀ ସହରର ପୌରପାଳିକା ଅଧୀନରେ ଥିବା ରାସ୍ତା ଏବଂ ନାଳ ଗୁଡିକର ଚାଲିଥିବା କାର୍ଯ୍ୟ ଉପରେ ବିଭାଗକୁ ସ୍ବତନ୍ତ୍ର ଭାବରେ ନଜର ରଖିବା ପାଇଁ ଅନୁରୋଧ କରି ଛନ୍ତି ପୁରୀ ବିଧାୟକ. ପୁରୀ କୋଣାର୍କ ଡେଭେଲମେଣ୍ଟ ଅଥରିଟି(PKDA) କୁ ଆଗାମୀ ୩ ରୁ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ଡେଭେଲମେଣ୍ଟ ଅଥରିଟି (BDA)ଢାଞ୍ଚାରେ ପକାଇବା ପାଇଁ ବିଭାଗୀୟ ସଚିବଙ୍କଠାରୁ ପ୍ରତିଶୃତି ନେଇ ଛନ୍ତି।ମୋଚି ସାହି ମାର୍କେଟ କଂପ୍ଲେକ୍ସ ଏବଂ ମାର୍କେଟ ଛକ ମାର୍କେଟ କଂପ୍ଲେକ୍ସ କୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗକୁ ଅବଗତ କରି ଛନ୍ତି।ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ଏବଂ ତାର ଚତୁର୍ପାଶ୍ବରେ ବାକି ଥୁବା କାର୍ଯ୍ୟ ସମାପ୍ତ କରିବା ପାଇଁ ଉପସ୍ଥିତ ଥିବା OBCC ଅଧିକାରୀ ମାନଙ୍କୁ ମଧ୍ଯ କମିଟି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି।ଏବଂ ଏହାଛଡା ପୁରୀ ପୌରପାଳିକା ରୁ ମହାନଗର ନିଗମ କରାଯିବା ସହ ଜଡିତ ସମସ୍ତ ବିଷୟରେ ଅନ୍ୟାନ୍ୟ ଆଲୋଚନା କରିଥିଲେ ବିଧାୟକ ସୁନୀଲ ମହାନ୍ତି।
Recent Comments