logo
add image
ବଡମୁଦ୍ରା ଚେକ୍ ଡ଼୍ୟାମ ନିର୍ମାଣରେ ଜାଲିଆତି,ଜଣଙ୍କର ପୁଷୁମାସ ତ ଗ୍ରାମବାସୀଙ୍କର ସର୍ବନାଶ ।

ବଡମୁଦ୍ରା ଚେକ୍ ଡ଼୍ୟାମ ନିର୍ମାଣରେ ଜାଲିଆତି,ଜଣଙ୍କର ପୁଷୁମାସ ତ ଗ୍ରାମବାସୀଙ୍କର ସର୍ବନାଶ ।

ଵିଷମକଟକ/ରାୟଗଡା/୨୩/୭/୦୨୫/(ଆଧାର ମିଡ଼ିଆ// କାଷିନାଥ ପାଳ) ଆଜି ବି ସମାଜରେ ଏମିତି ଦେଖିବାକୁ ମିଳିଛି ଯେଉଁଠି କେତେକ ସାଧାରଣ ବର୍ଗର ବ୍ୟକ୍ତି ନିଜର ସ୍ବାର୍ଥ ପାଇଁ ଆଦିବାସୀମାନଙ୍କର ଶହଶହ ଏକର ଜମିକୁ ପଡିଆ ପକାଇ ସେମାନଙ୍କର ଜୀବିକା ଜୀବନ ଉପରେ ଆଘାତ ସୃଷ୍ଟି କରିଛନ୍ତି। ଏପରି ଏକ ଘଟଣାର ଅଭିଯୋଗ ହେଉଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଜଗଦଲପୁରୁ ପଞ୍ଚାୟତରେ ମୁନିଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଵଡ ମୁଦ୍ରାରେ କରିଥିବା ନିମ୍ନମାନର ଚେକ୍ ଡ଼୍ୟାମକୁ ନେଇ ବିବାଦର ମୁଣ୍ଡ ଟେକିଛି।କୃଷୀ ଓ କୃଷକର କଲ୍ୟାଣ ପାଇଁ ଚିନ୍ତା କରୁଥିବ ବିଜେପି ସରକାରରେ ବିଭାଗୀୟ ଅଧୀକାରୀମାନେ ଏଠାରେ ଆଦିବାସୀ ଚାଷୀଙ୍କୁ ଚାଷରେ ବଳିପକାଇ ପ୍ରଭାବଶାଳୀ ଅଣ‌ ଆଦିବାସୀ‌ ବ୍ୟକ୍ତି ଜଣଙ୍କ ନିଜର  ସ୍ବାର୍ଥପାଇଁ ‌ଚେକ୍ ଡ୍ୟାମ‌ର ଫାଇଦା ହାସଲ ଯୋଗାଇ ଦେଇଥିବା ଅଭିଯୋଗ ହେଉଛି।
ଏହି ଅଞ୍ଚଳରେ ଜଳ ଅଭାବ ହେତୁ ଶହଶହ ଏକର ଜମି ପଡିଆ ପଡିବା ଫଳରେ ଆଦିବାସୀ ମାନେ ପରିବାର ପୋଷଣ ନିମନ୍ତେ ସୁଦୂର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଭିନ୍ନ ବିପଦର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଏ ଅଞ୍ଚଳରେ ଚାଷପାଇଁ ଜଳାଭାବ ଦୂର କରିବାକୁ ଆଦିବାସୀମାନଙ୍କ ଜମିକୁ ଜଳ ମାଡିବା ଉଦ୍ଦେଶ୍ୟରେ ସରକାର ଚେକ୍ ଡ଼୍ୟାମ ମଞ୍ଜୁର କରାଇଥିଲେ।ଏହି ଚେକ୍ ଡ୍ୟାମ କାଠସାରୀରେ ନିର୍ମାଣ ହୋଇଥିଲେ ପୂଜାରୀଗୁଡା, ସାନ ମୁଦ୍ରା,ଗୁଣ୍ଡ୍ରିଗୁଡା,ଓ ଵଡମୁଦ୍ରାର ଶହଶହ ଏକର ଆଦିବାସୀ ଓ ଅଣ ଆଦିବାସୀ ମାନଙ୍କ ଜମିକୁ ଜଳମାଡିବା ସହ ସେହି ନିକଟରେ ଥିବା ଅନ୍ୟାନ୍ୟ ଜମିକୁ ପାଣି ମାଡି ଉନ୍ନତ ଧରଣର ଚାଷହୋଇ ଚାଷୀକୁ ଅଭାବ ଦୂରକରିଵାରେ ସହାୟ ହୋଇଥାନ୍ତା।
ହେଲେ ମୁନିଗୁଡା କ୍ଷୁଦ୍ର ଜଳସେଚନ ବିଭାଗର କର୍ତ୍ତୃପକ୍ଷ ଏହି ପାଞ୍ଚଖଣ୍ଡ ଗ୍ରାମର ଶତାଧିକ ଆଦିବାସୀଙ୍କ ଜମିକୁ ପାଣି ମାଡିବା ବିଚାରକୁ ନନେଇ ଯନ୍ତ୍ରୀ ଶ୍ରୀ ରଥ କି ସ୍ବାର୍ଥରେ ଅମ୍ବାଦଳାର  ପ୍ରଭାବଶାଳୀ ବ୍ୟକ୍ତି ଗୋପାଳ ଚରଣ ସାହୁଙ୍କ ନିର୍ଦ୍ଦେଶରେ କାଠସାରୀରେ ଚେକ୍ ଡ଼୍ୟାମ ନକରି ‌ଶ୍ରୀ ସାହୁଙ୍କର ଥିବା ପ୍ରାୟ ପାଞ୍ଚ ଏକର ଜମିରେ ପାଣି ମାଡିବା ପାଇଁ ବଡମୁଦ୍ରାଠାରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିମ୍ନମାନର ‌ଚେକ୍ ଡ଼୍ୟାମ ନିର୍ମାଣ ହେଉଛି ଵୋଲି ସ୍ଥାନୀୟ ଲୋକ ଅଭିଯୋଗ କଲା ପରେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରିନଥିଲେ ।ଏହା ଦ୍ଵାରା କେବଳ ଶ୍ରୀ ସାହୁଙ୍କ ବିଲକୁ ପାଣି ମାଡିବା ଷଡ଼ଯନ୍ତ୍ର ହୋଇଥିବା ବେଳେ ପାଞ୍ଚଟି ଗ୍ରାମର ଶତାଧିକ ଜମି ପାଣି ପାଇବାରୁ ବଞ୍ଚିତ ହେବେ।
ହେଲେ ନିମ୍ନମାନର ଚେକ୍ ଡ଼୍ୟାମ ନିର୍ମାଣ ହେଉଥିଲେ ମଧ୍ୟ ଫାଟଦେଵା ଫଳରେ ସିମେଣ୍ଟ ଘସି ଫାଟ ବନ୍ଦ କରା ଯାଇଥିବା ଏଵଂ ଗେଟ୍ ଲାଗି ନଥିବା ଦେଖାଦେଇଛି। ବିଭାଗୀୟ ଯନ୍ତ୍ରୀଙ୍କର ଏପରି ଜାଲିଆତି କାର୍ଯ୍ୟ କଳାପ ଯୋଗୁ ଏଠାକାର ଶତାଧିକ ଆଦିବାସୀ ଚାଷ କରି ନପାରି ଭୋକ ଉପାସରେ ପରିବାର‌ ସହ ଦିନ କାଟିବାର ସମ୍ଭାବନା ଯଥେଷ୍ଟ ରହିଛି।ତେଣୁ ସରକାର ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ କାଠସାରୀରେ ଚେକ୍ ଡ଼୍ୟାମ କରାଇଲେ ଚାଷୀକୂଳ ଚାଷ କରି ପ୍ରତିପୋଷଣ କରିପାରିବେ। ସରକାର ଏଥିପ୍ରତି ଗୁରୁତ୍ବ ନଦେଲେ ଅବହେଳିତ ଆଦିବାସୀ ଚାଷୀମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଭିମ କାଡ୍ରାକା,ଝାଞ୍ଜୁ କାଡ୍ରାକା,ଅରକ୍ଷିତ ବାଞ୍ଜେଲିକା,ସୂଦର୍ଶନ ଗୈ।ଡ, କୃଷ୍ଣଚନ୍ଦ୍ର ଜାକେସିକା, ନରେନ୍ଦ୍ର ନୁଣ୍ଡୃକା, ହରିଶ୍ଚନ୍ଦ୍ର କୁଲସିକା ପ୍ରମୁଖ ଚେତାବନୀ ଦେଇଛନ୍ତି।

Recent Comments

Leave Comments

Top