କଣ୍ଟାମାଳ/୨୫/୦୭/୨୦୨୫/(ଆଧାର ମିଡ଼ିଆ //ପ୍ରଭଞ୍ଜନ ପୁରୋହିତ)-କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବ୍ଲକ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି ପରିଦର୍ଶନରେ ଆସିଥିଲେ l ବିଦ୍ୟାଳୟ ତରଫରୁ ପ୍ରଥମେ ବିଇଓ ଅଶୋଭ ରଞ୍ଜନ ମାଲି ଓ ଏବିଇଓ ଦୁର୍ଗା ଚରଣ ପ୍ରଧାନଙ୍କୁ ଫୁଲତୋଡ଼ା, ଉପଢୌକନ ଦେଇ ସ୍ୱାଗତ, ସମ୍ଭର୍ଦ୍ଧନା ଦିଆଯାଇଥିଲା l ବିଭିନ୍ନ ଶ୍ରେଣୀକୁ ପରିଦର୍ଶନ ରେ ଛାତ୍ର, ଛାତ୍ରୀ ମାନଙ୍କୁ ପାଠ, ମାଧ୍ୟାନ୍ନ ଭୋଜନବିଷୟରେ ପଚାରିଥିଲେ l ପରେ ବିଦ୍ୟାଳୟର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ଉକ୍ତ ଆଲୋଚନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଜଗନ୍ନାଥ ମହାପାତ୍ର, କେଙ୍କ ମଞ୍ଜି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍ୱାଧୀନ କୁମାର ସାହୁ, ସହକାରୀ ଶିକ୍ଷକ ଅକ୍ରୁର ପ୍ରଧାନ, ଆଲୋକ କୁମାର ସାହୁ, ଦେଶବନ୍ଧୁ ବାରିକ,ଶିକ୍ଷୟିତ୍ରୀପ୍ରିୟମ୍ବଦା ସାହୁ, କାଦମ୍ବିନୀ ସେଠି,ଏସଏମସି ସଭାପତି ଦେବେନ୍ଦ୍ର ସାହୁ,ପୂର୍ବତନ ଏସଏମସି ସଭାପତି ପୂର୍ଣ୍ଣ ଚରଣ ସାହୁ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ସମସ୍ୟା ଉପରେଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବି ବୋଲି କହିଥିଲେ l
Recent Comments