logo
add image
ନାବାଗତ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନାବାଗତ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା/୩୦/୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ବାପୁଜୀ ଜୁନିୟର କଲେଜ ପରିସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଆଡମ୍ବର ସହ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିବା ସହ ନାରୀସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ନେତ୍ରଭାନୁ ପାଇକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇସିସି ପ୍ରିଜାଇଡିଂ ଅଫିସର ଶ୍ରୀମତୀ ଶୈଳବାଳା ନାୟକ ଉପସ୍ଥିତ ଥିବାବେଳେ ଶିକ୍ଷକ ବିକ୍ରମ କେଶରୀ ସାହୁ ସ୍ବାଗତ ଭାଷଣ ପ୍ରଦାନସହ ମଞ୍ଚ ପରିଚାଳନା କରିଥିଲେ। ଯୌନ ନିର୍ଯାତନା ନିରାକରଣ ସମ୍ପର୍କରେ ସ୍ଥାନୀୟ କଲେଜ ଅଧକ୍ଷ ନେତ୍ରଭାନୁ ପାଇକ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଆଇସିସି ସଦସ୍ୟ ଅଧ୍ୟାପକ ଦେବେନ୍ଦ୍ର ପ୍ରଧାନ, ନୃସିଂହ ଚରଣ ଗୌଡ଼ ଓ ଘନେଶ୍ବର ସାର ପ୍ରମୁଖ ଉପସ୍ଥିତ ରହି ନାରୀ ସୁରକ୍ଷା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରକାଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top