ବଲାଣୀ/କେନ୍ଦୁଝର୧/୮(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଆରିୟା ଷ୍ଟିଲ ପ୍ଲାଣ୍ଟ ର ୨ ନମ୍ବର ଗେଟ ସମ୍ମୁଖରେ ବଲାଣି ରୁ ବଡ଼ବିଲ କୁ ସଂଯୋଗ କରୁଥିବା ରାସ୍ତା ରେ ବିଗତ ଗୁରୁବାର ଦିନ ବିଳମ୍ବ ରାତିରେ ଏକ ଚୋରା ପଶୁ ଚାଲାଣ ବୋଲେରୋ ଗାଡ଼ି କୁ ଜବତ କରିଛି ବଲାଣି ପୁଲିସ l ସୂଚନା ଅନୁସାରେ ଆର୍ୟା ପ୍ଲାଣ୍ଟ ର ପେଲେଟ୍ ମାଲ ପରିବହନ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ରେ ଟ୍ରକ୍ ଗାଡ଼ି ଗୁଡ଼ିକ ଜାମ ହୋଇଥିବା ବେଳେ ଉକ୍ତ ବୋଲେରୋ ଗାଡ଼ି ଟି ଅଟକ ହୋଇଥିଲା ଠିକ୍ ସେହି ସମୟରେ ପୋଲିସ ପେଟ୍ରୋଲିଂ ଗାଡ଼ି ଆସି ଉକ୍ତ ବୋଲେରୋ ଗାଡ଼ି ପଛରେ ଛିଡ଼ା ହୋଇଥିବାର ଦେଖି ଚୋରା ପଶୁ ଚାଲାଣ ବୋଲେରୋ ଗାଡ଼ି ର ଚାଳକ ସହ ଅନ୍ୟ ଏକ ଅଜଣା ଆସାମୀ ଫେରାର ହୋଇଯାଇଥିବା ବେଳେ ପୋଲିସ ନଜର କୁ ଆସିଥିଲା l ତାତ୍ପଶ୍ଚ୍ୟାଟ, ସନ୍ଦେହ କରି ତଦନ୍ତ କରିବା ପାରେ ଜଣାପଡ଼ିଲା ଯେ ଗୋଟିଏ ଶଣ୍ଡ ଓ ଗୋଟିଏ ବଳଦ ର ଚାରି ଗୋଡ଼କୁ ବାନ୍ଧି ବୋଲେରୋ ଭିତରେ ପୁରାଇ ବେ ଆଇନ ଭାବରେ ଚୋରା ପଶୁ ଚାଲାଣ କରାଉଥିଲା । ବୋଲେରୋ ଗାଡ଼ି ଭିତରେ ଅଣ ନିଶ୍ବାସ ଯୋଗୁଁ ଗୋଟିଏ ଶଣ୍ଡ ର ମୃତ୍ୟୁ ବରଣ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି l ତେବେ ପୋଲିସ୍ ଉକ୍ତ ବୋଲେରୋ ଗାଡି କୁ ଜବତ କରିବା ସହ ମୃତ୍ୟୁ ଘଟିଥିବା ଶଣ୍ଡ ଓ ଗୋଟିଏ ବଳଦ କୁ ଉଦ୍ଧାର କରି ଯୋଡ଼ା ଗୋଶାଳା କୁ ପଠାଇଥିବା ର ବଲାଣି ପୁଲିସ ସୂଚନା ଦେଇଛନ୍ତି l ତେବେ ଉକ୍ତ ବୋଲେରୋ ଗାଡି ଟି ର ନମ୍ବର୍ (ଓ ଆର ୦୨ ଏ ଆର ୪୪୪୨) ହୋଇଥିବା ବେଳେ ଉକ୍ତ ଗାଡ଼ି ଟି ଫାଇନାନ୍ସ ଡିପାର୍ଟମେଣ୍ଟ ର ସୂଚନା ଫଳକ ଲଗାଇ ଚୋରି କରିବାର କରୁଥିବାର ଜଣାପଡ଼ିଛି lଏହି ଘଟଣା କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି l
Recent Comments