logo
add image
୨ୟବାର ୧୧ତାରିଖ ଆନ୍ଦୋଳନ ପାଇଁ ମସୁଣୀ ହତା ଗ୍ରାମବାସୀଙ୍କ ଗ୍ରାମବାସୀଙ୍କ ସଜବାଜ

୨ୟବାର ୧୧ତାରିଖ ଆନ୍ଦୋଳନ ପାଇଁ ମସୁଣୀ ହତା ଗ୍ରାମବାସୀଙ୍କ ଗ୍ରାମବାସୀଙ୍କ ସଜବାଜ

କଣିହାଁ/0୩/0୮/୨୦୨୫/(ଆଧାର ମିଡ଼ିଆ )-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ତ ଏନଟିପିସିରେ ଜମି ହରା କ୍ଷତିଗ୍ରସ୍ତ ମସୁଣୀ ହତା ଗ୍ରାମବାସି ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ଏନଟିପିସି ଆସପଣ୍ଡରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକରି ଛନ୍ତି l ଏନଟିପିସି ଦ୍ରିଘ ୫ ବର୍ଷ ହେଲାଣି ମସୁଣୀ ହତା ଗ୍ରାମର ୧0୯ ଏକର ଚାଷ ଜମିକୁ ଆଶଫଣ୍ଡ ନିର୍ମାଣ ପାଇଁ  ଅଧିଗ୍ରହଣ କରିଥିଲେମଧ୍ୟ,ମସୁଣୀ ହତା ଜମିହରା ଗ୍ରାମ ବାସୀଙ୍କ ଦାବି ମୁତାବକ, ଦୁଇହଜାର ୧୩ ଥଇଥାନ ପଲିସ ଅନୁଯାୟୀ ଏନଟିପିସିରେ ଜମିହରାଇ ଥିବା ପ୍ରତେକ ୧୮ ବର୍ଷରୁ ଉର୍ଦ୍ଧ ପ୍ରଜାଙ୍କ ପରିବାର ତାଲିକାରେ ଅନ୍ତର୍ଭୁକ୍ତ କରି ଉପ ଯୁକ୍ତ ପ୍ୟାକେଜ ଦେବା, ଏବଂ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାୟୀ ନିଯୁକ୍ତି ଥଇଥାନ ପାଇଁ ଏନଟିପିସିର ଟାଳ ଟୁଳ ନିତି ବିରୋଧରେ ଧର୍ମଘଟ ପାଇଁ, ଜିଲ୍ଲାପାଳ ଅନୁଗୋଳ,ଏନଟିପିସି ଲ୍ୟାଣ୍ଡ ଅକ୍ଯୁଜିସନ ଅଫିସର ଅନୁଗୋଳ ଉପ ଜିଲ୍ଲାପାଳ ତାଳଚେର ଏବଂ ତହସିଲଦାର କଣିହାଁଙ୍କୁ ଏନଟିପିସି ଷ୍ଟେଜ ୧ ଆସପଣ୍ଡର କାର୍ଯ୍ୟବନ୍ଦ ଆନ୍ଦୋଳନ ନିମନ୍ତେ ମସୁଣୀ ହତା ଜମିହରା ପ୍ରଜାମାନେ ଦାବିପତ୍ର ମାଧ୍ୟମରେ ଜଣାଇ ଛନ୍ତି  l
ପ୍ରକାଶ ଥାଉକି ମସୁଣୀ ହତା ଜମିହରା ପ୍ରଜା ଗତ ୨୨, ମଇ ୨0୨୫ ତାରିଖ ଠାରୁ ୨୫ ମଇ ୨0୨୫ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି  ଓ ପରିବାର ପ୍ୟାକେଜକୁ ନେଇ ଏନଟିପିସି ଷ୍ଟେଜ ୧ ଆସପଣ୍ଡ ୩ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ l ଏବଂ ପ୍ରଶାସନ ପ୍ରତିଶୃତି ପରେ ଜମିହରା ପ୍ରଜା ଆନ୍ଦୋଳନରୁ ଓହୋରି ଥିଲେ l ଏଥି ମଧ୍ୟରେ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଏନଟିପିସି ଓ ପ୍ରଶାସନ ପୂର୍ବରୁ ଦେଇଥିବା ପ୍ରତିସୃତି ମସୁଣୀ ହତା ଜମିହରା ପ୍ରଜାଙ୍କର କୌଣସି ନିଯୁକ୍ତି ଥଇଥାନ  ଓ ପରିବାର ତାଲିକା ବ୍ୟବସ୍ତା କରି ନଥିବାରୁ ଅଗଷ୍ଟ ୮ ତାରିଖ ସୁଦ୍ଧା ଏନଟିପିସି କତୃପକ୍ଷ ଏବଂ ପ୍ରଶାସନ ପକ୍ଷରୁ ଦାବୀ ଗୁଡିକ ପୂରଣ କରା ନଯାଏ, କିମ୍ବା କୌଣସି ସମାଧାନୀ ବୈଠକ ଡକା ନଯାଏ ତାହା ହେଲେ ଅଗଷ୍ଟ ମାସ ୧୧ତାରିଖ ଠାରୁ ଏନଟିପିସି ଷ୍ଟେଜ ୧ ଆସପଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦକରି ଧାରଣାରେ ବସିବେ ବୋଲି ,ମସୁଣୀ ହତା, ଜମିହରା ପ୍ରଜା ସଭାପତି ରଞ୍ଜନ କୁମାର ପାଣି, ସମ୍ପାଦକ ଇନ୍ଦ୍ରମଣି ସାହୁ, କୁଶାଧକ୍ଷ ପ୍ରବୀଣ ନାଏକ,ପ୍ରହଲ୍ଲାଦ ବୋଇତା, ବିପିନ ପ୍ରଧାନ, ବରୁଣ ପ୍ରଧାନ, ଜହର ନାଏକ, ପ୍ରଫୁଲ ନାଏକ, ଅମୁଲ୍ୟ ପାଣି,ପ୍ରକାଶ ରାଉଳ, ପ୍ରମୁଖ ଦାବୀ ପତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି l

Recent Comments

Leave Comments

Top