logo
add image
ବିଷମ କଟକରେ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷମ କଟକରେ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷମକଟକ/ ୩/୮/୨୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ବିଷମ କଟକ ନିର୍ବାଚନ ମଣ୍ଡଳି ପ୍ରଦୁଶଣ ମୂକ୍ତ କରିବାକୁ ହେଲେ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ପଲିଥିନ ବ୍ୟବହାର ଉପରେ ରୋକ ଲାଗିବା ଜରୁରୀ ହୋଇଛି । ବର୍ତମାନ ଠାରୁ ସଚେତନ ଆଡ ସତର୍କ ନହେଲେ ଆଗକୁ ପରିସ୍ତିତି ସଂଘାତିକ ହେବ ଆଉ ଗ୍ରାମାଚଂଳରେ ମଧ୍ୟ ସହରାଚଂଳ ଭଳି ପ୍ରଦୂଶିତ ହୋଇଯିବ ଆଉ ଆମକୁ  ଅମ୍ଳଜାନ ବ୍ୟାଗ ବେକରେ ଟାଙ୍ଗିବାର ପରିସ୍ଥିତି ଉପୁଜିଯିବ । ତେଣୁ ସମୟ ଥାଉଣୁ ଅମ୍ଭେ ସମସ୍ତେ ମିଶି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରିବାକୁ ଆଭାନ ଦେଇଛନ୍ତି ବିଷମ କଟକ ବିଧାୟକ ନିଳମାଧବ ହିକକା ।
ବିଷମକଟକ ସଦରର ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଆୟୋଜିତ ଏହି ପରିବେଶ ପଂଚାୟତରେ ବିଶିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟରେ ପ୍ରତ୍ନତତ୍ୱବିତ ତଥ ଗବେଶକ ଶ୍ରୀରଙ୍ଗନାୟକ,ଅବଶର ପ୍ରାପ୍ତ କ୍ରିଡାଶିକ୍ଷକ ତ୍ରିନାଥ ଗୌଡ,ଶିକ୍ଷ ଓ ପ୍ରଶିକ୍ଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ ମେହେରା ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ବିଷମ କଟକ ଅଂଚଳ ତଥା ଆଖପାଖ ଅଂଚଳରେ ବିଭିନ୍ନ କାରଣରୁ ପାଣି,ପବନ ଓ ମାଟି ବିଶାକ୍ତ ହେବାରେ ଲାଗିଛି । ନଦୀରେ ପାଣି ପରିମାଣ କମୁଥିବା ବେଳେ ଗାଁ ମାନଙ୍କରେ ଭୂତଳ ଜଳମଧ୍ୟ କମୁଛି । ଭୂତନ ଜଳରେ ଆଇରନ୍ ,କେଲାରାଇଡ୍‌,ମର୍କୁରିର ପରିବାଣ ବଢିବାରେ ଲାଗିଛି ।
ଅନ୍ୟପଟେ ଜଙ୍ଗଲ ସଫା ହୋଇଯାଉଥିବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି । ବର୍ତମାନ ଗାଁ ଗହଳି ସାହି ସାହିରେ କଂକ୍ରିଟ ରାସ୍ତା ନିର୍ମାଣ, ନଦୀ ନାଳକୁ ନର୍ଦମା ଓ ଦୁଷିତ ପାଣି ଛାଡିବା ,ଓଳିଆ ଆବର୍ଜନ ଖୋଲାରେ ପକାଇବା,କଲିଥିନର ବହୁଲ ବ୍ୟବହାର ପରିବେଶକୁ ବିଗାଡୁଛି ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ନିଳମାଧବ ହିକକା କହିଥିଲେ ଯେ ଅଜି ପରିବେଶ ପଂଚାୟତ ଅବସରରେ ଆଲୋଚ୍ୟ ବିଷୟକୁ ବିଷୟ ଭିତରେ ସିମିତ ନରଖି କାର୍ଯ୍ୟରେ ଲଗାଇବା ଦିଗରେ ସମସ୍ତେ ଆଗଭର ହେବାର ସମୟ ଆସିଛି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି । ତତ୍ ସହିତ ବର୍ଷାଜଳ ସଂଗ୍ରକ୍ଷଣ ,ପଲିଥିନର ବ୍ୟବହାର ନକରିବା ଦିଗରେ ଗୁରୁତ୍ୱ ଦେବାସହ ନିଜ ବାରିବଗିଚାରେ ବୃକ୍ଷ ରୋପଣ କରିବାକୁ ସଂକଳ୍ପ କରାଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ର,ଛାତ୍ରୀ,ବୁଦ୍ଧିଜୀବି,ପରିବେଶ କୁ ଭଲ ପାଉଥିବା ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ ।

Recent Comments

Leave Comments

Top