logo
add image
ବୁଡ଼ାଗୁଡାରେ ନୂତନ ପୋଲିସଫାଣ୍ଡି ଉଦଘାଟିତ

ବୁଡ଼ାଗୁଡାରେ ନୂତନ ପୋଲିସଫାଣ୍ଡି ଉଦଘାଟିତ

ବାଲିଗୁଡା/୦୫/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ଗ୍ରାମ ପଞ୍ଚାୟତରେ ଦୀର୍ଘ ଆଠବର୍ଷ ହେଲା ବନ୍ଦହୋଇ ରହିଥିବା ବୁଡ଼ାଗୁଡା ଫାଣ୍ଡିକୁ ନବ କଳେବର କରାଯାଇ ମଙ୍ଗଳବାର ଦିନ କନ୍ଧମାଳ ଏସ ପି ହରିଶ ବିଶି, ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ, ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ପଞ୍ଚାୟତ ଅଧିନରେ ସାତଗୋଟି ପଞ୍ଚାୟତ ଯଥା କୋଟଗଡ ବ୍ଲକର ପକାରୀ ଓ ପାରିଗଡ ,ବାଲିଗୁଡା ବ୍ଲକର ଋତୁଙ୍ଗିଆ ,ଦାରିଙ୍ଗବାଡି ବୁକର ବୁଡାଗୁଡା ,ତିଲୋରୀ ,କିରୀକୁଟି ଓ ଗୁମିକିଆ ପଞ୍ଚାୟତରେ ଆଇନ ଶୃଙ୍ଖଳା ସମସ୍ୟା ସହ ପୋଲିସର ସହଯୋଗରୁ ଅଞ୍ଚଳବାସୀ ବଞ୍ଚିତ ହୋଇ ରହି ଆସୁଥିଲେ । କନ୍ଧମାଳ ଜିଲ୍ଲାପାଳ, ଏସପି ଓ ବାଲିଗୁଡା ଏସ ଡି ପି ଓ ଙ୍କ ପ୍ରଚେଷ୍ଟା ଫଳରେ ବର୍ତ୍ତମାନ ଏହା ପୁନଃ କାର୍ଯ୍ୟକ୍ଷମ ହୋଇ ନବ କଳେବର କରାଯାଇ ଉଦଘାଟନ କରାଯାଇଥିବା ଯୋଗୁଁ ଅଞ୍ଚଳ ବାସୀ ରାଜ୍ୟ ସରକାର ଏବଂ କନ୍ଧମାଳ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି । ଏହି ଆଉଟପୋଷ୍ଟରେ ବର୍ତ୍ତମାନ ୨୪ ଘଣ୍ଟିଆ ଫୋର୍ସ ମୁତୟନ ରହିବା ସହ ଜଣେ ଦକ୍ଷ ଏଏସଆଇ ନିଯୁକ୍ତି କରାଯାଇଥିବା ବିଷୟ ଏସଡିପିଓ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି l

Recent Comments

Leave Comments

Top