logo
add image
ବଡବିଲରେ ତାଇକ୍ୱାଣ୍ଡୋ ବେଲ୍ଟ ଟେଷ୍ଟ ପ୍ରତିଯୋଗିତା l

ବଡବିଲରେ ତାଇକ୍ୱାଣ୍ଡୋ ବେଲ୍ଟ ଟେଷ୍ଟ ପ୍ରତିଯୋଗିତା l

ବଲାଣି/୧୦/୮/୨୫/(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ)- କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଗତ ରବିବାରଦିନ ବଡବିଲ ତାଇକ୍ଵାଣ୍ଡୋ ଆସୋସିଏସନ୍ ତତ୍ୱାଧାନରେ ଵେଲ୍ଟ ଟେଷ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଉକ୍ତ ଆସୋସିଏସନ୍ ରେ ତାଲିମ ନେଉଥିବା ବଲାଣି ଓ ବଡବିଲ ଅଞ୍ଚଳର ୧୦ ଜଣ ଛାତ୍ର ଛାତ୍ରୀ ଯଥା କୃଷ୍ନେନ୍ଦୁ ରାଣା, ଆଦିତ୍ୟ ୟୁରେକା ରାଜ, ଶିବାଂଶୀ ନନ୍ଦ, ଦୀକ୍ଷା ସିନା, ଦୁର୍ଗା ପାତ୍ର, ଆକର୍ଷ ଯାଇଶ୍ଵାଲ, ବିଭୁ ମହାନ୍ତ, ଜୈବିକ ୱାରେନୀୟମ କଶ୍ୟପ, ସତ୍ୱିକା ସାହୁ, ସ୍ୱାସ୍ତିକ ମିଶ୍ର ଉତ୍ତମ ପ୍ରଦର୍ଶନ କରି ବେଲ୍ଟ୍ ହାସଲ କରିଥିବାର ଜଣା ପଡ଼ିଛି l ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ପ୍ରତିଭା କୁ ଦେଖି ଅଭିଭାବକ ମାନେ ବଡ଼ବିଲ ତାଇକାଣ୍ଡୋ ଆସୋସିଏସନର କୋଚ ଶ୍ରୀ କାର୍ତ୍ତିକ ବେହେରାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ l

Recent Comments

Leave Comments

Top