logo
add image
ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

ସୁବର୍ଣ୍ଣପୁର/୧୧/୦୮/୨୫/(ଆଧାର ମିଡ଼ିଆ )-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୭୭ ( ସତୋସ୍ତରି) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୫୭ ( ସତାବନ୍ ) ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୨୦ (  କୋଡ଼ିଏ) ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଥିଲା।
ତନ୍ମଧ୍ୟରୁ ୦୧ (ଏକ) ଗୋଟି ଆବେଦନ ପତ୍ର ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ଚିକିତ୍ସାପାଇଁ ଆର୍ଥିକ ସହାୟତା ମିଳିବା ପାଇଁ ହସ୍ତଗତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ସମୟରେ ପଞ୍ଚମହଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁକିଆ ଗ୍ରାମର ଜଣେ ଭିନ୍ନକ୍ଷମ ମହିଳା ଶ୍ରୀମତି ସରୋଜିନୀ ଲୁହାଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ରିକ୍ସା ପ୍ରଦାନ କରାଯାଇଥିଲା ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ବିଡ଼ିଓ ଉଲୁଣ୍ଡା, ଶ୍ରୀ ଚିନ୍ମୟ କୁମାର ମହାନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ  ଶୁଣାଣିରେ  ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ବୀରମହାରାଜପୁର,ଶ୍ରୀ ସୁରେନ୍ଦ୍ର କୁମାର ମେହେରଙ୍କ ସମେତ  ତହସିଲଦାର, ଉଲୁଣ୍ଡା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ନିଶା ମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶପଥପାଠ କରାଇଥିଲେ ।

Recent Comments

Leave Comments

Top