logo
add image
କମଳଲୋଚନ ହିଆଳଙ୍କୁ ମୋ ବ୍ୟାଙ୍କ ମଞ୍ଜୁରୀ କରିବା ନେଇ ପଞ୍ଚାୟତ ବାସୀଙ୍କ ଦାବି

କମଳଲୋଚନ ହିଆଳଙ୍କୁ ମୋ ବ୍ୟାଙ୍କ ମଞ୍ଜୁରୀ କରିବା ନେଇ ପଞ୍ଚାୟତ ବାସୀଙ୍କ ଦାବି

ମୁନିଗୁଡା/ବିଷମକଟକ/୧୧/୦୮/୨୦୨୫/(ଆଧାର ମିଡ଼ିଆ//ରୁକାଷିନାଥ ପାଳ)-ଆଜି ରାୟଗଡା ଜିଲ୍ଲା, ମୁନିଗୁଡା ବ୍ଲକର ଏମ  ପାତ୍ରଗୁଡ଼ା ପଞ୍ଚାୟତର ରାଜନୀତି କରି ଦୁର୍ନୀତି କାମ କରୁଥିବା ସୁବାଶୀଷ ସଥପଥୀଙ୍କୁ ପଞ୍ଚାୟତ କାମରେ ବହିସ୍କାର କରିବା ନେଇ ପୁଣି ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି.ଏମ ପାତ୍ରଗୁଡା ପଞ୍ଚାୟତ ଆଗରେ ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ ଘେରାଉ କରି ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।ଏଥିରେ ଉତ୍ତାରେ ସୁଭାଶିଷ ସଥପଥୀଙ୍କ ପାତ୍ରଗୁଡା ପଞ୍ଚାୟତ ରେ ବ୍ୟାଙ୍କ୍ କରିନଥିବା ବ୍ୟକ୍ତି ଏବେ କେମିତି ମୁଁ ପାଇଛି ବୋଲି ପାତ୍ରଗୁଡା ସରପଞ୍ଚଙ୍କୁ ଅଞ୍ଚଳ ବାସୀ  ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଏନେଇ ପାତ୍ରଗୁଡା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅନନ୍ତ ନୁଣ୍ଡରୁକା,କମଳ ହିଆଲ ହିଁ ପାଇଲେ ପାଇବେ ଯଦି ଅନ୍ୟ ଜଣେ କରନ୍ତି ତାହେଲେ ଆମେ ତାହାକୁ ନାକଚ କରିବୁ ବୋଲି ଏକ ଲିଖିତ ପ୍ରତିଶୃତି ଦେଇ ଉତ୍ୟକ୍ତ ଅଞ୍ଚଳ ବାସୀଙ୍କୁ ବୁଝା ସୁଝା  କରି ଫେରାଇ ଦେଇଥିଲେ। ପ୍ରକାଶ ଥାଉକି, ୨୦୧୭ -୧୮ଠାରୁ ଆଜିପର୍ଯ୍ୟନ୍ତ ଦୀର୍ଘ ସାତବର୍ଷ ହେଲା ସ୍ଥାନୀୟ ଶିକ୍ଷିତ ଯୁବକ ଶ୍ରୀ କମଲ ଲୋଚନ ହିଆଲ, ଏମ ପାତ୍ରଗୁଡା ଗ୍ରାମ ପଞ୍ଚାୟତର ଠିକ ସମ୍ମୁଖରେ, ଗ୍ରାହକ ସେବାକେନ୍ଦ୍ର,କୋଡ଼ ସଂଖ୍ୟା-  3B 830498.ଖୋଲି ବ୍ୟାଙ୍କସେବା ଦେଇ ଆସୁଛନ୍ତି.କିନ୍ତୁ ୨୦୧୬ ମସିହାରୁ ଶ୍ରୀ ସୁଭାଶିଷ ଶତପଥୀ,ପାତ୍ରଗୁଡା ପଞ୍ଚାୟତରେ ଗ୍ରାହକ ସେବାକେନ୍ଦ୍ର ଦେଇଥିଲେ ଵୋଲି ଯେଉଁ ସୂଚନା ମିଳିଛି, ତାହା ମିଥ୍ୟା ଅଟେ. ଯେହେତୁ ଦୀର୍ଘ ସାତବର୍ଷ ହେଲା କମଲ ହିଆଲ ହିଁ ଲୋକଙ୍କୁ ସେବା ଦେଇ ଆସିଛନ୍ତି, ସୁଭାଶିଷ ଶତପଥୀ ନୁହଁନ୍ତି. ଯାହା ମୁନିଗୁଡା ଷ୍ଟେଟବ୍ୟାଙ୍କ ଏବଂ ପ୍ରଶାସନଙ୍କ ଜ୍ଞାତ ତଥା ନଜରରେ ଏହା ଅଛି କି ନାହିଁ, ତଦନ୍ତ ସାପେକ୍ଷ ଵୋଲି ଦାବିଉଠୁଛି. ସେ ଯାହା ହେଉନା କାହିଁ କି, ମୁଖ୍ୟ କଥା ହେଲା, ସରକାରୀ ସୁବିଧା ଏବଂ ମୋ ବ୍ୟାଙ୍କ ଘର ଜିନିଷପତ୍ର ହାତେଇବାକୁ, ଶ୍ରୀ ସୁଭାଶିଷ ଶତପଥୀ ମିଥ୍ୟା ତଥ୍ୟ ଓ ଚଞ୍ଚକତାର ସହ, ନିଜ ନାମରେ ମଂଜୁର କରିବାକୁ ଚେଷ୍ଟା କରିଛନ୍ତି। ତାହା ଶୀଘ୍ର ନାକଚ କରି କମଲ ଲୋଚନ ହିଆଲଙ୍କ ନାମରେ ମଂଜୁର କରାଯାଉ ଵୋଲି ପଞ୍ଚାୟତ ବାସୀ ଦାବି ଏବଂ ଅନୁରୋଧ କରିବା ସହ, ଭବିଷ୍ୟତରେ ଯଦି କୌଣସି ଚଞ୍ଚକତା ହୁଏ, ତେବେ  ତୀବ୍ର ବିରୋଧ କରିବା ସହ, ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି ପାତ୍ର ଗୁଡା ଅଂଚଳବାସୀ.

Recent Comments

Leave Comments

Top