logo
add image
ଓଡିଶା ରାଜସ୍ୱ ଅମଲା ସଂଘ  ୧୦ ଦଫା ଦାବୀନେଇ ସମୂହ ଛୁଟି ଓ ଧାରଣା

ଓଡିଶା ରାଜସ୍ୱ ଅମଲା ସଂଘ ୧୦ ଦଫା ଦାବୀନେଇ ସମୂହ ଛୁଟି ଓ ଧାରଣା

ବାଲିଗୁଡା/୧୧/୦୮/୨୦୨୫/ (ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)-ଓଡ଼ିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାଙ୍କ ମୂଳ ଦରମା ଲେବୁଲ ୯ କରିବା ଦାବୀକୁ ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଘୋଷଣା କରି ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ବାଲିଗୁଡା ଉପଖଣ୍ଡର ବାଲିଗୁଡା ବ୍ଲକ ସମେତ କୋଟଗଡ,ତୁମୁଡିବନ୍ଧ ,ଦାରିଙ୍ଗବାଡି ,କ ନୂଆଗାଁ ,ରାଇକିଆ ,ଘୁ ଉଦୟଗିରି ,ଟିକାବାଲି ଓ ଚକାପାଦ ୯ଟି ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟଳୟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ବିଜ୍ଞାପିତ ପରିଷଦ, ପୌର ପରିଷଦ, କୃଷି, ଉଦ୍ୟାନ, ତହସିଲ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଏକତ୍ରିତ ହୋଇ ସେମାନଙ୍କ ୧୦ ଦଫା ଦାବୀ ନେଇ ଧାରଣା ବସିଥିବାରୁ ସାଧାରଣ ଲୋକମାନେ ନହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।
ଅମଲା ମାନଙ୍କ ଦାବୀ ଗୁଡିକ ହେଲା ଯଥା ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ମନ୍ତ୍ରୀସ୍ତରୀୟ କର୍ମଚାରୀଙ୍କ ପ୍ରାରମ୍ଭିକ ଦରମା ORSP-୨୦୧୭ ନିୟମ ଅନୁଯାୟୀ ସ୍ତର-୯ କୁ ବୃଦ୍ଧି କରାଯାଉ, ସରକାରଙ୍କ ପତ୍ର ସଂଖ୍ୟା ୮୮୯୮/ସାଧାରଣ ତାରିଖ ୧୫.୩.୨୦୨୪ ଅନୁଯାୟୀ ଏବଂ ସମସ୍ତ ଜିଲ୍ଲା କଲେକ୍ଟରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ, ନୂତନ ପଦବୀ ସୃଷ୍ଟି କରାଯିବା ଉଚିତ ଏବଂ ସେହି ଅନୁଯାୟୀ କ୍ୟାଡର ପୁନର୍ଗଠନ କରାଯିବା ଉଚିତ।କେନ୍ଦ୍ର ସରକାର ଅଖିଳ ଭାରତୀୟ ସେବା କର୍ମଚାରୀଙ୍କ ପାଇଁ ଆଣିଥିବା ନିୟମ ପ୍ରକାରେ ଓଡ଼ିଶାର ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯାଉ, ୨୦୨୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ପୁନର୍ବାସ ଯୋଜନାର ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ଏବଂ ୧୯୯୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ନିୟମ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯାଉ, ଜିଲ୍ଲା କ୍ୟାଡର ରାଜସ୍ୱ କର୍ମଚାରୀଙ୍କୁ ଓଡ଼ିଶା ରାଜସ୍ୱ ସେବାରେ ୧୦୦% ପଦୋନ୍ନତି ଦିଆଯିବ, ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରାଯାଉ, ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ, ପିରାମିଡିକାଲ୍ ପ୍ରମୋସନାଲ୍ ଷ୍ଟ୍ରାକଚର ବଜାୟ ରଖିବା ପାଇଁ ଜୁନିଅର ଆସିଷ୍ଟାଣ୍ଟଙ୍କୁ ସିନିୟର ଆସିଷ୍ଟାଣ୍ଟରୁ ପଦୋନ୍ନତି ପାଇଁ ଆବଶ୍ୟକୀୟ ବୟସ ଅବଧି ୦୪ ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଉ , ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି ସମ୍ପର୍କରେ, ବାସସ୍ଥାନ ଅବଧି ବରିଷ୍ଠ ସହାୟକ ଏବଂ ଏଏସଓ ଭାବରେ ୦୪ ବର୍ଷ ସେବାକୁ ଏକତ୍ର ସ୍ଥିର କରାଯାଇପାରିବ, ବିଭିନ୍ନ ରାଜସ୍ୱ ମାମଲା ପରିଚାଳନା ପାଇଁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ମନ୍ତ୍ରୀସ୍ତରୀୟ କର୍ମଚାରୀଙ୍କ ୟୁଜର ଆଇଡି ସୃଷ୍ଟି କରାଯିବା ଉଚିତ।, କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ନୂତନ ଭାବରେ ନିଯୁକ୍ତି ପାଇଥିବା ଜିଲ୍ଲା ରାଜସ୍ୱ ମନ୍ତ୍ରୀସ୍ତରୀୟ କର୍ମଚାରୀଙ୍କ ପାଇଁ ପ୍ରେରଣା ତାଲିମ ଦିଆଯିବା ରହିଛି । 
ଏହି ଧାରଣାରେ ଜିଲ୍ଲା ଉପସଭାତି କେ.ଗୌତମ ରାଓ ,ସାଧାରଣ ସମ୍ପାଦକ ସିମାଞ୍ଚଳ ପଣ୍ଡା, ସୁରେଶ କୁମାର ପାଢୀ , ଅଶୋକ କୁମାର ପଟ୍ଟନାୟକ ,ସୁଦର୍ଶନ ବେହେରା , ସ୍ମୃତି ରଞ୍ଜନ ମହାପାତ୍ର, ଗାୟତ୍ରୀ ଖାଡେଙ୍ଗା, ଆଶିଷ କୁମାର ନାଥ, ବ୍ରଜେଶ୍ୱରୀ ପାଣିଗ୍ରାହୀ, ସାରଙ୍ଗଧର ସାହୁ ପ୍ରମୁଖ ଉପସ୍ଥିତ ରହି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟି ରେ ରହିବା ପାଇଁ କହିଛନ୍ତି ।

Recent Comments

Leave Comments

Top