ରେଙ୍ଗାଲି/ସମ୍ବଲପୁର/୧୨/୦୮/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ -ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବିଜେପି ତରଫରୁ ଆଜି ରେଙ୍ଗାଲି ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପ ସଭାପତି ନାଉରୀ ନାୟକଙ୍କ ନେତୃତ୍ୱରେ ରେଙ୍ଗାଲି ବିଜେପିର ହଜାର ହଜାର ମହିଳା ଓ ପୁରୁଷ କର୍ମୀ ମାନେ ଯୋଗେ ଏଥିରେ ଯୋଗ ଦେଇଥିଲେ l ରେଙ୍ଗାଲି ବାବା ମନ୍ଦିରରୁ ବାହାରି ପଂଚାୟତ ଛକ ପର୍ଯ୍ୟନ୍ତ ବିଶାଳ ପଟୁଆରରେ ପହଂଚି ଥିଲେ ବିଜେପି କର୍ମୀ ମାନେ l ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ,ହରଘର ତ୍ରିରଙ୍ଗା ର ବାର୍ତ୍ତା ଘରେ ଘରେ ପହଂଚିବ ବୋଲି ଏହାର ଆଭିମୁଖ୍ୟ ଏବଂ ସମସ୍ତ ଙ୍କ ଘରେ ତ୍ରିରଙ୍ଗା ଲାଗିବ l ବିଜେପି ସରକାର ହେଲା ପରେ ରେଙ୍ଗାଲିରେ ଏବର୍ଷ ମଧ୍ୟ ତ୍ରିରଙ୍ଗା ଯାତ୍ରା କୁ ଖୁବ ଧୂମଧାମରେ ପାଳନ କରିଛନ୍ତି ବିଜେପି କର୍ମୀମାନେ l
Recent Comments