logo
add image
 ପଦ୍ମପୁରରେ ଆତ୍ମଦାହ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁରରେ ଆତ୍ମଦାହ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର/ବରଗଡ/୧୨/୮/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଛାତ୍ରୀମାନଙ୍କ ପାଇଁ ପଦ୍ମପୁର ଥାନା ଆନୁକୂଲ୍ୟରେ ଆତ୍ମଦାହ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ରଖାଯାଇଥିଲା ।ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଡି.ଏସ.ପି ମମତା ନାୟକ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ସାମ୍ପ୍ରତିକ ମର୍ମନ୍ତୁଦ ଆତ୍ମଦାହ ଘଟଣା ସମ୍ପର୍କରେ ଛାତ୍ରୀ ମାନଙ୍କୁ ସୂଚିତ କରିବା ସହ ଏହିପରି ଜଘନ୍ୟ ପଦକ୍ଷେପରୁ ନିଜକୁ ବଞ୍ଚେଇ ରଖିବା ପାଇଁ ସଚେତନ କରିଥିଲେ । ସଭାପତି ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଛାତ୍ରୀମାନଙ୍କୁ ଯେକୌଣସି ସମସ୍ୟାର ସମାଧାନ ପାଇଁ ମାତା ପିତା ,ଗୁରୁଜନ, ସାଙ୍ଗ ସାଥି ସହ ପରାମର୍ଶ ତଥା ପୋଲିସ ସହାୟତା ନେବାକୁ ଉପଦେଶ ଦେଇଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଦ୍ମପୁର ଥାନା କର୍ମଚାରୀ ,ବିଦ୍ୟାଳୟର  ମାନସ ରଞ୍ଜନ ଶତପଥୀ, ପୂଜାରାଣୀ ନାୟକ , ରବିନା ପଧାନ,ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଜ୍ୟୋତି ରେଖା ମହାନନ୍ଦ , ଅମନ୍ କୁମାର ପଣ୍ଡା , ଖୁସବୁ ବରିହା,ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନିଳୀମା ରାଣୀ ମହାନ୍ତି, ସୁଷମା  ଦାଶ, ଦୁଷ୍ମନ୍ତ ଛତର,କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।

Recent Comments

Leave Comments

Top