logo
add image
ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

କଣିହାଁ/୧୩/0୮/୨0୨0୨୫/(ଆଧାର ମିଡ଼ିଆ ରିପୋର୍ଟ-ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l  ଏଥିରେ ବୁଧ ବାର ଅପରାହ୍ନ ୪ ଟା ରେ ବରପଦା ଠାରୁ କୁଳୁମା ଶିବ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି, ଏହି ତ୍ରିରଙ୍ଗା ଯାତ୍ରାରେ ପାଲଲହଡା ବିଧାୟକ  ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ଏହା ସହିତ ବରିଷ୍ଠ ବିଜେପିର ନେତା ତଥା ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା  ତ୍ରିପୁର ପ୍ରଧାନ,ରେଙ୍ଗାଲି ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, ବିଜେପି ଜିଲ୍ଲା ସଭ୍ୟ ବିନୟ ପ୍ରଧାନ, ଧ୍ରୁବ ଧୀର, ଜଗମୋହନ ପ୍ରଧାନ , ମଣ୍ଡଳ ସାଧାରଣ ସମ୍ପାଦକ ଟିକନ ପ୍ରଧାନ,ସହ ସମ୍ପାଦକ କବିରାମ ନାୟକ, ମଣ୍ଡଳ ଉପ ସଭାପତି ନିଶାକର ପ୍ରଧାନ, ପଂଚାୟତ ପ୍ରମୁଖ ବିଷ୍ଣୁ ଶତପଥୀ, ହରିହର ସାହୁ, ମହିଳା ମୋର୍ଚ୍ଚା ସଭାପତି ମିନା ସାମଲ, ବାମଦେବ ସାମଲ, ତରୁଣ ସାହୁ, ଓ ବାଲିପସି କୁଳୁମା ପଂଚାୟତ ର ଆଶା, ଏମ ବି କେ, ସି ଆର ପି ସମେତ ବହୁ ବୁଦ୍ଧି ଜୀବି ଉପସ୍ଥିତ ଥିଲେ. ଶେଷରେ ବିଧାୟକ ଅଶୋକ ମହାନ୍ତି ଦେଶ ମାତୃକାର ସେବା ଓ ସନମାନ ପାଇଁ ସମର୍ପିତ ପାଇଁ ଆହ୍ୱାନ ଦେଇଥିଲେ

Recent Comments

Leave Comments

Top