ବିଷମକଟକ/ ୨0/୮/୨୦୨୫/(ଆଧାର ମିଡ଼ିଆ// କାଷିନାଥ ପାଳ)-ରାୟଗଡା ଜିଲ୍ଲା ବିଷମକଟକ ସଦର କଲ୍ୟାଣ ମଣ୍ଡପ ପରିଷରରେ ଜନଜାଗରଣ ମଂଚ ତରଫରୁ କମାଲ କ୍ୟାମ୍ପର ଉଦ୍ଯାପନି ଉତ୍ସବ ଅବସରରେ ସ୍ୱେଚ୍ଛାସେବୀ ସମ୍ବର୍ନ୍ଧନା ଉଚ୍ଛବ ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ନ୍ଧନା ଉଚ୍ଛବରେ ବିଷମ କଟକ ବିଧାୟକ ନିଳମାଧବ ହିକକା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜନଜାଗଣ ମଂଚାର ଜିଲ୍ଲା ସଭାପତି ଝାଣ୍ଡୁ ହିକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ କୁଶ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ଯଶୋଦା ହୁଇକା, ଉପାଧ୍ୟକ୍ଷ ଦେବୀ ପଟ୍ଟାନାୟକ, ଝିଗିଡି ସରପଂଚ ଅଜିତ କୁମାର ସାରକା, ବି.ଏ୍ସ୍.ପି ଜିଲ୍ଲା ସଭାପତି ଜିତୁ ଜାକସିକା, ପୂର୍ବତନ କୁର୍ଲୀ ସରପଂଚ ଡ୍ରିଞ୍ଜ ଜାକସିକା,ନବୀନ ବିକାଶ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ବାଳ ମୁକୁନ୍ଦ ପାଳ ମଂଚାଶିନ ହୋଇଥିଲେ ।
ଜନ ଜାଗରଣ ମଞ୍ଚ, ରାୟଗଡ଼ା ଲୋକ ସଂଗଠନ ରାୟଗଡ଼ା ଜିଲ୍ଲାର ୧୧ଗୋଟି ବ୍ଲକ୍ ମଧ୍ୟରୁ ୧୦ ଗୋଟି ବ୍ଲକ୍ ର ୧୧୩ ଗ୍ରାମ ପଞ୍ଚାୟତ ୧୪୦୭ ଗ୍ରାମରେ ୨୦୧୬ ମସିହା ଡିସେମ୍ବର ଠାରୁ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, କୃଷି ଇତ୍ୟାଦି ଉପରେ ସଚେତନ ସୃଷ୍ଟି କରିବା ସହ ଲୋକଙ୍କ ସମସ୍ୟା ଚିହ୍ନଟ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ଦିଗରେ କାର୍ଯ୍ୟ କରିଆସୁଥିଲେ । ଚଳିତ ୨୦୨୫ବର୍ଷ ଗ୍ରୀଷ୍ମ ଛୁଟି ଅବସରରେ କମାଲ କ୍ୟାମ୍ପ ଅଭିଯାନରେ ଜନ ଜାଗରଣ ମଞ୍ଚ ସଂଗଠନର ମୁଖ୍ୟ ସହଯୋଗୀ ଆତ୍ମାଶକ୍ତି ଟ୍ରଷ୍ଟ ଓ ପ୍ରଥମ ଏଜୁକେଶନ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ରାୟଗଡ଼ା ଜିଲ୍ଲାର ୬୭ ଗୋଟି ଗ୍ରାମ ପଞ୍ଚାୟତ ୩୧୨ ଗୋଟି ଗ୍ରାମର ୪୧୨ ଜଣ ସ୍ବେଛାସେବୀ ଚୟନ କରି ୩୫୮ ଗୋଟି ଶିକ୍ଷା କେନ୍ଦ୍ରରେ ଏକମାସ ଧରି ୪ର୍ଥ ଶ୍ରେଣୀରୁ ୮ମ ଶ୍ରେଣୀର ୩୬୭୯ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ପଦ୍ଧତି ମାଗଣା ଶିକ୍ଷା ପ୍ରଦାନ କରୁଥିଲେ । ଏହି କାର୍ଯ୍ୟକ୍ରମ ରେ ନିୟାଜିତ ସ୍ୱେଚ୍ଛାସେବୀ ମାନଙ୍କୁ ଆଜି ବିଧାୟକ ଏବଂ ମଂଚାଶିନ ଅତଥି ମାନେ ମାନପତ୍ର ପ୍ରଦାନ କରି ସମ୍ବର୍ନ୍ଧିତ କରିଛନ୍ତି । ଜନଜାଗରଣ ମଂଚର ଜିଲ୍ଲାକାର୍ଯ୍ୟ କାରିଣି କମିଟି ର ସଦସ୍ୟ ସୁଶାନ୍ତ ତୁଇକା ଏବଂ ସରେଶ ମିଣିଆକା ମଂଚା ପରିଚାଳନା କରିଥିଲେ ।
Recent Comments