ଯୋଡ଼ା,୩୦/୦୮/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ- ସଞ୍ଜୟ ସିହ୍ନା)ହାତୀଙ୍କ ଆତଙ୍କ ବଢିବାର ଲାଗିଛି, ବନ ବିଭାଗ ହାତୀମାନଙ୍କ ଆତଙ୍କ କୁ ଆୟତ କରିବାରେ ଅସମର୍ଥ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଧୀନରେ ଥିବା କଲମଙ୍ଗ ଗ୍ରାମାଞ୍ଚଳ ରେ ଗତ ଶୁକ୍ରବାର ରାତିରେ ଏକ ହାତୀ ପଲ ଏକ ଘରୋଇ ଖଣି କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ରଖାଯାଇଥିବା ବାଇକ୍ ଷ୍ଟାଣ୍ଡରେ ପ୍ରବେଶ କରି ଅନେକ ମୋଟର ସାଇକେଲ କୁ ଭାଙ୍ଗି କ୍ଷତିଗ୍ରସ୍ତ କରିବା ସହିତ ସେଠାରେ ରଖାଯାଇଥିବା ଏକ ଚାରିଚକିଆ କାର ଗାଡ଼ି କୁ ଆକ୍ରମଣ କରି କ୍ଷତିଗ୍ରସ୍ତ କରିଛନ୍ତି। ଏହିଭଳି ଭାବରେ ପ୍ରତ୍ୟେକ ଦିନ କେନ୍ଦୁଝର ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳରେ ହାତୀମାନଙ୍କ ଆତଙ୍କ ଯୋଗୁଁ ସାଧାରଣ ଲୋକ ଭୟଭୀତ ହେଉଛନ୍ତି।ଅନ୍ୟପକ୍ଷରେ ବନ ବିଭାଗ ହାତୀମାନଙ୍କୁ ଆୟତ କରିବାରେ ବିଫଳ ହେଉଛନ୍ତି ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ର ବାତାବରଣ ଦେଖିବାକୁ ମିଳିଛି। ଦେଖିବାକୁ ବାକି ଏହି ସମସ୍ୟାକୁ ବନ ବିଭାଗ କେବେ ସମାଧାନ କରୁଛନ୍ତି।
Recent Comments