ପିପିଲି/୩/୯/୨୦୨୫/( ଆଧାର ମିଡ଼ିଆ )-ପୁରରୁ ଜବତକଲା ୪ଶହ ୨୧ କେଜି ୨୦୦ ଗ୍ରାମ ଭାଙ୍ଗପତି ।ବିଶେଷ ସୂତ୍ରରୁ ଖବର ପାଇ ପିପିଲି ଅବକାରୀ ବିଭାଗ ଅଧୂକାରିଣୀ ଶୁଭସ୍ମିତା ସାହୁ ଅଚାନକ ଭାବେ ପିପିଲି ଦାଣ୍ଡ ମୁକୁନ୍ଦପୁର ଗ୍ରାମ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଘରେ ଚଢ଼ାଉ କରିଥିଲେ । ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଘରୁ ବିଫୁଳ ପରିମାଣ ଭାଙ୍ଗପତି ଯାହାର ଓଜନ ୪୨୧ କେଜି ୨୦୦ ଗ୍ରାମ ଜବତ ହୋଇଥିଲା। ଯାହାର ମୂଲ୍ୟ ୪ ଲକ୍ଷ ୨୧ ହଜାର ୨୦୦ ଟଙ୍କା । ପିପିଲି ଅବକାରୀ ବିଭାଗ ଦ୍ବାରା ବିଫୁଳ ପରିମାଣର ଭାଙ୍ଗପତି ଜବତ କରିବା ସହିତ ଆଜି ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗର ଏହି ଟିମରେ ଏ ଏସାଇ ବିଦ୍ୟାଧର ପ୍ରଧାନ,କନେଷ୍ଟବଳ ସଞ୍ଜିପ ହସ୍ତି, ଆଲୋକ କୁମାର ଦାସ ପ୍ରମୁଖ ଏହି ଅଚାନକ ଚଢ଼ାଉରେ ସାମିଲ ହୋଇଥିଲେ। ଅବକାରୀ ବିଭାଗର ଏହି ସଫଳତା ପରେ ପିପିଲିରେ ବେଆଇନ ନିଶା କାରବାର ଉପରେ ରୋକଲାଗିବ ବୋଲି ଆଶା କରାଯାଉଛି ।
Recent Comments