logo
add image
ବାଲି ବୋଝେଇ ଟ୍ରକ ଜବତକଲା ବଳଙ୍ଗା ପୋଲିସ.

ବାଲି ବୋଝେଇ ଟ୍ରକ ଜବତକଲା ବଳଙ୍ଗା ପୋଲିସ.

ପିପିଲି/ ୫/୯/୨୦୨୫/(ଆଧାର ମିଡ଼ିଆ)- ବଳଙ୍ଗା ପୋଲିସ ଏକ ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କରିଛି. ଏନେଇ ବଳଙ୍ଗା ଥାନାରେ ମାମଲା ଆଗତ କରିଛି. ସୂଚନା ଅନୁଯାୟୀ ବଳଙ୍ଗା ଥାନାର କାର୍ଯ୍ୟରତ ଏସ ଆଇ କେଦାର ଚନ୍ଦ୍ର ଦୋରା ସୂଚନା ପାଇଥିଲେ ଏକ ହାଇୱା ଟ୍ରକ୍ (ଅଶୋକ ଲେଲ୍ୟାଣ୍ଡ) ବାଲି ବୋଝେଇ କରି ସମରେଇ ଶାସନରୁ ବଳଙ୍ଗା ଅଭିମୁଖେ ବେଆଇନ ଭାବରେ ପରିବହନ କରୁଛି। ଖବରପାଇ ଥାନା C.C No-0924326 ଅନୁଯାୟୀ ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଞ୍ଚ କରିବା ପାଇଁ ହାବିଳିଦାର ବିଷ୍ଣୁ ଚରଣ ସ୍ୱାଇଁ,ଅନ୍ୟ କର୍ମଚାରଙ୍କୁ ନେଇ ସମରେଇ ଶାସନ ଅଭିମୁଖେ ଯାଇଥିଲେ। ଗୋପୀନାଥପୁର ଛକରେ ଦେଖିବାକୁ ପାଇଲେ ବାଲି ବୋଝେଇ ଏକ ଟ୍ରକ୍ ନମ୍ବର-OD-02-CN-2389 ସହିତ ସମରେଇ ଶାସନ ପାର୍ଶ୍ୱରୁ ବଳଙ୍ଗା ଅଭିମୁଖେ ଆସୁଥିଲା। ଏହାଦେଖି ଶ୍ରୀ ଦୋରା ଗାଡ଼ିକୁ ଅଟକାଇଥିଲେ। ବାଲି ବୋଝେଇ ହୋଇଥିବା କାଗଜପତ୍ର ବିଷୟରେ ପଚରାଯିବାରୁ ଚାଳକ ବାଲି ପରିବହନ ସମ୍ପର୍କରେ କୌଣସି ପ୍ରାଧିକୃତ କାଗଜ ପତ୍ର ଦେଖାଇ ପାରିଲେ ନଥିଲା। ଯାହାକି ଶ୍ରୀ ଦୋରା ଥାନା ଅଧିକାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବାରେ ଥାନା ଅଧିକାରୀ ଅଭିଯୋଗକୁ ଗ୍ରହଣକରି ଥାନା କେଶ ନଂ194/25ରେ ଭାରତୀୟ ନ୍ୟାୟ ସଂହିତା U/S-303(2) BNS/51(1) OMMC ନିୟମ ଅନୁଯାୟୀ ମାମଲା ଆଗତ କରିଛନ୍ତି।

Recent Comments

Leave Comments

Top