ବିନିକା/୬/୯/୨୦୨୫/(ଆଧାର ମିଡ଼ିଆ)- ଆଜିସକାଳ ୬-୪୫ ମିନିଟରେ ସୋନପୁର-ବିନିକା ମୂଖ୍ୟରାସ୍ତାରେ ବିନିକା ନୂଆଁ ବଜାର ଠାରେ ନମ୍ବରବିହିନ ଇର୍ଟିଗା କାରର ଚକଫାଟି ଯିବାରୁ ଚାଳକ ଚକ ଖୋଲିବା ବାହାନା କରିଥିଲେ. ଆଗରେ ଯାଇଥିବା ଇନୋ ଭା କାର ଘଟଣାସ୍ଥଳକୁ ଫେରିଆସି ଥିଲା. ସଙ୍ଗେ ସଙ୍ଗେ ଚାଳକ ଗାଡ଼ିରେ ପେଟୋଲ ଝିଣ୍ଟି ମାରଚିସ୍ ମାଲି ନିଆଁ ଲଗାଇ ରାମ ପୁର ପଟକୁ ଇନୋଭା କାର ଫେରାର ହୋଇଗଲା .କାରଟି ବିଚରାସ୍ତାରେ ହୁ ହୁ ହୋଇ ଜଲି ଉଠିଲା.ପାଖରେ ଥିବା ଜନ ସାଧାରଣ ଦମକଳ ବାହିନିକୁ ଫୋନ କରିବାରୁ ବିନିକା ଦମକଳ ବାହିନି ପହଞ୍ଚି ନିଆଁକୁ ଆୟର୍ତ୍ତ କରିଥିଲେ.ଗାଡ଼ିଟି ଅର୍ଦ୍ଧଦଗ୍ଧ ହୋଇଥିଲା ବେଳେ ସେଥିରେ ମହଜୁଦ ଥିବା ଗଞ୍ଜାଇରେ ମଧ୍ୟ କିଛିମାତ୍ରାରେ ନିଆ ଳାଗିଥିବା ଜଣାପଡ଼ିଛି.
ପ୍ରତକ୍ଷ୍ୟ ଦର୍ଶି କହିବା ଅନୁଶାରେ ଆଗପଛ ହୋଇ ୪ଟି କାର ଯାଉଥିବା ପ୍ରକାଶ କରିଛନ୍ତି. ଘଟଣା ସ୍ଥଳକୁ ମାଜିଷ୍ଟେଟ ତଥା ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ଉପସ୍ତିତରେ ସୋନପୁର ଏସ୍ପି ନାରାୟଣ ନାୟକ ଓ ବିନିକା ଆଇଆଇସି ସତ୍ୟ ନାରାୟଣ ପଧାନ ନିଦ୍ଦେଶରେ ରାସ୍ତା ଉପରେ କାରଭିତରୁ ୨କ୍ବିଣ୍ଟାଲରୁ ଅଧିକ ଗଞ୍ଜାଇ ବାହର କରିଥିବା ସୁବର୍ଣ୍ଣପୁର ଏସ୍ପି ଶ୍ରୀ ନାୟକ ସୁଚନା ଦେଇଛନ୍ତି.କାରର ଇଞ୍ଜିନନମ୍ବର ଓ ଚେଚିସ୍ ନମ୍ବର ମିଳିଥିବାରୁ ଦୋସିକୁ ଧରିବା ସମ୍ଭବ ହେବବୋଲି ଏସ୍ପି ଶ୍ରୀ ନାୟକ କହିଛନ୍ତି.ଏନେଇ ବିନିକା ଥାନାରେ ଏକ ମାମାଳ ରୁଜୁକରି ଅଧିକ ତଦନ୍ତ ଚଳାଇଥିବା ବିନିକା ଆଇଆଇସି ଶ୍ରୀ ପଧାନ ପ୍ରକାଶ କରିଛନ୍ତି,
Recent Comments