logo
add image
ଲୋକାର୍ପଣ ଉତ୍ସବକୁ ନେଇ ଆପତ୍ତି ଉଠାଇଲେ ବ୍ଲକଅଧ୍ୟକ୍ଷ ।

ଲୋକାର୍ପଣ ଉତ୍ସବକୁ ନେଇ ଆପତ୍ତି ଉଠାଇଲେ ବ୍ଲକଅଧ୍ୟକ୍ଷ ।

ପୁରୀ/୧୫/୯/୨୦୨୫/(ଆଧାର ମିଡ଼ିଆ) ପୁରୀଜିଲ୍ଲା ସାକ୍ଷୀଗୋପାଳ କଲେଜର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ନାମ ନଥିବାରୁ ଆପତ୍ତି ଉଠାଇଛନ୍ତି,ବ୍ଲକ ଅଧ୍ୟକ୍ଷ ସୁନିଲି କୁମାର ପଣ୍ଡା । ସାକ୍ଷୀଗୋପାଳ କଲେଜରେ ସୋମବାର ଲୋକାର୍ପଣ ହୋଇଥିବା ନବନିର୍ମିତ ପ୍ରକଳ୍ପ ସତ୍ୟବାଦୀ ପଞ୍ଚାୟତ ସମିତି ଅନୁଦାନ ଅର୍ଥରେ ନିର୍ମିତ ହୋଇଛି । ନିୟମ ଅନୁଯାୟୀ  ଲୋକାର୍ପଣ ଉତ୍ସବରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲି କୁମାର ପଣ୍ଡା ଓ ସତ୍ୟବାଦୀ ବିଡ଼ିଓ ଦେବାସିସି ନାୟକଙ୍କୁ ସାମିଲି କରାଯିବା ସହ ଫଳକରେ ଉଭୟଙ୍କ ନାମ ରହିବା କଥା । ମାତ୍ର କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଏହି ଉତ୍ସବରେ ସମ୍ପୂର୍ଣ୍ଣ ଅଣଦେଖା କରାଗଲା ତାହା ଆଶ୍ଚର୍ଯ୍ୟର କଥା । ଭାଜପାର ଏହି କାର୍ଯ୍ୟପାଇଁ ଦୃଢ଼ ବିରୋଧ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣା ଦେବେବୋଲି ସମିତି ଅଧ୍ୟକ୍ଷ ପଣ୍ଡା ପ୍ରକାଶ କରିଛନ୍ତି । ଏମିତି ଲୋକାର୍ପଣ ଉଛବକୁ ନେଇ ସତ୍ୟବାଦୀରେ ଉଷ୍ମତା ଦେଖା ଦେଇଛି.

Recent Comments

Leave Comments

Top