logo
add image
ଜାଗ୍ରତ ଯୁବଶକ୍ତି ପକ୍ଷରୁ ଦାବୀପତ୍ର.

ଜାଗ୍ରତ ଯୁବଶକ୍ତି ପକ୍ଷରୁ ଦାବୀପତ୍ର.

ପୁରୀ/୨୩/୯/୨୦୨୫/( ଆଧାର ମିଡ଼ିଆ)-ନିମାପଡ଼ାର ମୁଖ୍ୟରାସ୍ତାରେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରାଯିବା ସହିତ ଶୃଙ୍ଖଳିତ ଗାଡିମଟର ଚାଳନା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ "ଜାଗ୍ରତ ଯୁବଶକ୍ତି" ଯୁବ ସଂଗଠନ ତରଫରୁ  ତହସିଲଦାର ମହୋଦୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ମୁଖ୍ୟ ରାସ୍ତା ଉପରେ ବହୁ ସମୟରେ ଗାଡିମଟର ପାର୍କିଂ ଯୋଗୁଁ ଯାତାୟତରେ ସମସ୍ୟା ।ଭୁଲ ପାର୍ଶ୍ଵରେ ଦ୍ରୁତଗତିରେ ଗାଡ଼ିଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ।ନିୟମିତ ଗାଡିମଟର ଚେକିଙ୍ଗ କରାଯାଇ ମଦ୍ୟପାନ କରି ଗାଡ଼ି ଚଳାଉଥିବା ମଦ୍ୟପ ଚାଳକଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ।ଗୋଲେଇ ଛକଠାରୁ ତଳଅଂଢିଆ ପର୍ଯ୍ୟନ୍ତ ନିମାପଡ଼ା ସହର ମଧ୍ୟଦେଇ ଯାଉଥିବା ଭାରିଯାନ ଚଳାଚଳର ବେଗ ଓ ସମୟ ନିର୍ଦ୍ଧାରଣ ।ଆସନ୍ତା ପାର୍ବଣଋତୁ ପୂଜା ବଜାରରେ ବହୁସଂଖ୍ୟକ ଲୋକ ସମାଗମକୁ ଦୃଷ୍ଟିରେରଖି ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହ ଶୃଙ୍ଖଳିତ ଗାଡିମଟର ଚାଳନା ଉପରେ ଗୁରୁତ୍ବ ଦେବାକୁ ଏବଂ ସ୍ଥଳ ବିଶେଷରେ ଜନସଚେତନତା ସୃଷ୍ଟିପାଇଁ ନିମାପଡ଼ା ପ୍ରଶାସନଙ୍କୁ ଅନୁରୋଧ କରାଯାଇଥିଲା ।

Recent Comments

Leave Comments

Top