logo
add image
ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା-ବିବାହପାଇଁ ମିଳିବ ୫୧ ହଜାର ଟଙ୍କା

ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା-ବିବାହପାଇଁ ମିଳିବ ୫୧ ହଜାର ଟଙ୍କା

ପୁରୀ/୧୬/୧୨/୨୦୨୫/(ଆଧାର ମିଡ଼ିଆ)-ଓଡ଼ିଶାରେ ଝିଅଙ୍କ ବିବାହ ଲାଗି ଆର୍ଥିକ ସହାୟତା ପାଇଁ ଏକ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ନାମରେ ଲାଗୁ କରାଯାଇଛି।
ଆର୍ଥିକ ଭାବରେ ଦୁର୍ବଳ ବର୍ଗ,ଗରିବଙ୍କ ପାଇଁ ନିର୍ଦ୍ଦିଷ୍ଟ ସୁବିଧା ସହିତ ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର (DBT) ପାଣ୍ଠି, ବିବାହ ଉପହାର କିଟ ଦିଆଯିବ। ଯାହାର ଲକ୍ଷ୍ୟ ବିବାହ ପଞ୍ଜିକରଣକୁ ପ୍ରୋତ୍ସାହିତ କରିବା ଏବଂ ବାଲ୍ୟବିବାହକୁ ରୋକିବା।୧୮ ବର୍ଷରୁ ଉର୍ଦ୍ଧ୍ବ ମହିଳା ଓ ୨୧ ବର୍ଷରୁ ଉର୍ଦ୍ଧ୍ବ ପୁରୁଷ ପ୍ରଥମଥର ବିବାହପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ।ସେହିପରି ବିଧବାଙ୍କ ପୁନଃ ବିବାହ ପାଇଁ ମଧ୍ୟ ଏହି ସହାୟତା ମିଳିପାରିବ।୩୫ ହଜାର ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବାକୁ ଥିବା ବେଳେ ୧୦ ହଜାର ଟଙ୍କାରେ ବିବାହ ସରଞ୍ଜାମ କିଟ ଓ ୬ ହଜାର ଟଙ୍କାରେ ବିବାହ ସାଜସଜ୍ଜା କରାଯିବ।ସାଧାରଣତଃ ବୟସ/ଆୟ ପ୍ରମାଣପତ୍ର ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ UMANG/myScheme ପୋର୍ଟାଲ୍ ମାଧ୍ୟମରେ ଆବେଦନକାରୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।ଏହି ଯୋଜନାକୁ ପରିଚାଳନା କରିବା ନିମନ୍ତେ ବେସରକାରୀ ସଂସ୍ଥା ବା ଏନଜିଓଙ୍କୁ ଚୟନ କରାଯିବ।ଇଛୁକ ଏନଜିଓ ମାନେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟକୁ ଜିଲ୍ଲା ୱ୍ବେବସାଇଟ www.puri.odisha.gov in ମାଧ୍ୟମରେ ଆବେଦନ କରିପାରିବେ।ଆବେଦନର ଶେଷତାରିଖ ଚଳିତ ମାସ ୨୬ ତାରିଖ ଅପରାହ୍ନ ୫ ଘଟିକା ଧାର୍ଯ୍ୟ କରାଯାଇଛି।ଆଜି ସୁଦ୍ଧା ଜିଲ୍ଲାର ୪୮ଜଣ ଯୋଗ୍ଯ ପ୍ରାର୍ଥୀ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ସବରେଜିଷ୍ଟର କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରାଇ ସାରିଛନ୍ତି।

Recent Comments

Leave Comments

Top