କଣିହାଁ/୨୩/ ୧୨/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)- ଅନୁଗୋଳ ଜିଲ୍ଲା କଣିହାଁବ୍ଲକ ରେଙ୍ଗାଳି ପ୍ରକଳ୍ପ ଓଡ଼େଶା ଭବନଠାରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ,ଚାଇଁପାଳ ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ବୈଠକକୁ ଶୁଭ ଉଦଘାଟନ କରିଥିଲେ।ସମାଜସେବି ଭରତ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ବୈଠକକୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସହ ସାଧାରଣ ସମ୍ପାଦକ ପ୍ରିୟବ୍ରତ ନାୟକଙ୍କ ଉପସ୍ଥିତି ତଥା ଓଜସ୍ବୀ ଭାଷଣ ବୈଠକକୁ ରୁଦ୍ଧିମନ୍ତ କରିଥିଲା l ସେହିପରି ଓପର କୋଲାବର ସାଧାରଣ ସମ୍ପାଦକ ଅଭୟ କୁମାର ଧୀର ,ବାଲିମେଳା ଜଳ ବିଦ୍ୟୁତ କର୍ପୋରେସନର କାଶୀନାଥ ମଲ୍ଲିକ,ଭୁବନେଶ୍ୱର ଡିଭିଯନର ସମ୍ପାଦକ ମଳୟ ଭାଇ,ଅନୁଗୋଳ ଡିଭିଯନର ସମ୍ପାଦକ ସୁରେନ୍ଦ୍ର ଦାଶ ,ଢେଙ୍କାନାଳ ଡିଭିଯନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ବୈଠକରେ ୨୦୨୬ ମସିହା ପାଇଁ ବିକାଶ ସାହୁ ପୁନର୍ବାର ଚାଇଁପାଳ ଡିଭିଯନ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ରଂଜିତ କୁମାର ବେହେରା,କୋଷାଧକ୍ଷ ଭାବେ ଟିକନ ସାମଲ ,ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଶିବାଜୀ ରାଜ ପାଣି,ଉପଖଣ୍ଡ ସମ୍ପାଦକ ଭାବେ ରାଜେଶ ନାହାକ,ଦିଲ୍ଲୀପ ବିଶ୍ୱାଳ,ଗୁରୁଦେବ ବେହେରା,ଲଳିତ ନାରାୟଣ ସାହୁ,ଏମଏମଜି ସେକ୍ସନ ଅର୍ଗାନାଇଜର ଭାବେ ସୂର୍ଯ୍ୟାକାନ୍ତ ସାହୁଙ୍କ ସମେତ ୧୪ ଗୋଟି ସେକ୍ସନର ସେକ୍ସନ ଅର୍ଗାନାଇଜଙ୍କୁ ମନୋନୀତ କରାଯାଇଥିଲା l ବୈଠକରେ ରେଙ୍ଗାଳି ସେକ୍ସନର ସମସ୍ତ ବ୍ୟବସାୟିକ ଅନୁବନ୍ଧୀତ କର୍ମଚାରୀ ଏବଂ କଣିହାଁ ସେକ୍ସନର କିଛି ବ୍ୟବସାୟିକ ଅନୁବନ୍ଧୀତ କର୍ମଚାରୀମାନେ ଆନୁଷ୍ଠାନିକ ଭାବେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନେତୃତ୍ୱ ତଥା କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସଂଗଠନରେ ଯୋଗଦାନ କରିଥିଲେ l ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ,ଚାଇଁପାଳ ଶାଖା ତରଫରୁ ନୂତନ ସଭ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା l
Recent Comments