ନୟାଗଡ/ରଣପୁର/୬/୧/୨୦୨୬/(ଆଧାର ମିଡ଼ିଆ)-ନୟାଗଡଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ପରିସରରେ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅର୍ବାନ ମେଡିକାଲ ଭିଜନ କେୟାର ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କଟକ ସ୍ଥିତ ଅର୍ବାନ ମେଡିକାଲ ଭିଜନ କେୟାରର ଡାକ୍ତର ନିରଞ୍ଜନ ସାମନ୍ତରାୟ ଓ ମ୍ୟାନେଜର ଚନ୍ଦ୍ରରାଜ ଭଟ୍ଟଙ୍କ ସହିତ,ଟେକ୍ନିସିଆନ ସୌମ୍ୟ ପ୍ରକାଶ ପାଣି ଓ ଶୁଭାଶିଷ ସାଶ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରରେ ପରୀକ୍ଷା କରାଇଥିଲେ। ଏଥିରେ ରାଜ ସୁନାଖଳା ପଞ୍ଚାୟତ ଅଞ୍ଚଳର ବୃଦ୍ଧ ବୃଦ୍ଧାଙ୍କ ସମେତ ବହୁ ଜନସାଧାରଣ ସ୍ବାସ୍ଥ୍ୟପରୀକ୍ଷା କରାଇଥିଲେ। ଏହି ଅବସରରେ ୩୦୦ରୁ ଉର୍ଦ୍ଧ ଲୋକଙ୍କର ପଞ୍ଜିକରଣ କରାଯାଇ ଥିଲା। ସେଥିମଧ୍ୟରୁ ୧୭୬ଜଣ ଲୋକଙ୍କ ଚକ୍ଷୁପରୀକ୍ଷା କରାଯାଇ ୧୩୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇ ଥିବାବେଳେ ୧୫ଜଣଙ୍କୁ ଉନ୍ନତ ଚକ୍ଷୁ ପରୀକ୍ଷାପାଇଁ କଟକକୁ ପଠାଯାଇଥିଲା। ଏଥି ସହିତ ୧୧୦ ଜଣ ଲୋକଙ୍କ ରକ୍ତଚାପ,୯୦ଜଣଙ୍କ ମଧୁମୟ ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯାଇ ଥିଲା ।ଏଥିରେ ପଞ୍ଚାୟ ତର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମକୁ ନୟାଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରତ୍ୟେକ ଜନ ସାଧାରଣ ମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଓ ବିଭିନ୍ନ ନିସ୍ଲୁକ ଯୋଗାଇ ଦେବା ପାଇଁ ଅର୍ବାନ ମେଡିକାଲ ଭିଜନ କେୟାରପକ୍ଷରୁ ସୂଚନା ଦେଇଥିଲେ।
Recent Comments