logo
add image
ସ୍ଥାନୀୟ ଟାଉନ ହଲ୍ ଠାରେ ୧୬ ତ୍ତମ ଜାତୀୟ ମତଦାତା ଦିବସ ଅନୁଷ୍ଠିତ

ସ୍ଥାନୀୟ ଟାଉନ ହଲ୍ ଠାରେ ୧୬ ତ୍ତମ ଜାତୀୟ ମତଦାତା ଦିବସ ଅନୁଷ୍ଠିତ

ବୌଦ୍ଧ /୨୫/୦୧/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ସହରର ଟାଉନ୍ ହଲ୍ ଠାରେ (ରବିବାର) ଦିନ  ସକାଳ ଘ.୧୦ ଘଣ୍ଟା ସମୟରେ ୧୬  ତମ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଛି | ଏହି ଦିବସରେ ପ୍ରଥମେ ଜିଲ୍ଲା ସଂଗ୍ରାହଳୟ ଠାରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରି ଟାଉନ୍ ହଲ୍ ଠାରେ ପହଞ୍ଚି ଥିଲେ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ, ହରଭଙ୍ଗା ତହସିଲଦାର ବଳଦେବ ବେହେରା, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଯୋଗ ଦେଇଥିଲେ l ଡେପୁଟି କଲେକ୍ଟର (ନିର୍ବାଚନ) ମନସିତ୍ ସ୍ୱରୁପ  ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସଭା ସଂଯୋଜନା କରିଥିଲେ | ୧୮ବର୍ଷ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକା ରେ ସଂଯୋଗ ପାଇଁ ସମସ୍ତ ଅତିଥି ଆହ୍ବାନ ଦେଇଥିଲେ | ପ୍ରାରମ୍ଭରେ ମତଦାତା ଦିବସ ଅବସରରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା | ଭୋଟର ତାଲିକା ସଂଶୋଧନରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା କର୍ମଚାରୀ ମାନଙ୍କୁ ଓ ମତଦାତା ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା l ସେହିପରି ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ସହକାରୀ ଜ଼ିଲ୍ଲାପାଳ ଶରତ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ l

Recent Comments

Leave Comments

Top