ସୁବର୍ଣ୍ଣପୁର/୧୪/୦୨/୨୦୨୬/(ଆଧାର ମିଡ଼ିଆ)-ପ୍ରତ୍ୟେକ ବର୍ଷଭଳି ଚଳିତବର୍ଷ ମଧ୍ୟ ଫେବୃୟାରୀ ୧୪ରେ ବୁଢ଼ାରଜା ଯୁବ ସମାଜସେବୀ ସଂଗଠନ,ସୋନପୁର ଆନୁକୁଲ୍ୟରେ ୧୪ ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ଏବଂ ଏହି ଶିବିର ରେ ୪୩ ୟୁନିଟ୍ ରକ୍ତସଂଗ୍ରହ ହୋଇଥିଲା ।
ଉକ୍ତ ଶିବିରକୁ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ା. ଶ୍ରୀଯୁକ୍ତ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ,ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ନାରାୟଣ ନାୟକ,ପୌରାଧ୍ୟକ୍ଷ ଶ୍ରୀମତୀ ତାମସି ତାମସ୍ମିତା ସାହୁ, ଉପ-ପୌରାଧ୍ୟକ୍ଷ ଶ୍ରୀମତୀ ମଲ୍ଲିକା ଦାନି, କଳାପଥର ସମିତି ସଭ୍ୟ ତଥା ଅନୁଷ୍ଠାନର ବରିଷ୍ଠ ଉପ ଦେଷ୍ଟା ଶ୍ରୀ ଅରବିନ୍ଦ ବାରିକ,ମାନ୍ୟବର ସାଂସଦଙ୍କ ମନୋନୀତ ପ୍ରାର୍ଥୀ ଶ୍ରୀଯୁକ୍ତ ସାନନ୍ଦ କୁମାର ମେହେର ଓ ଶ୍ରୀଯୁକ୍ତ ସ୍ୱରୂପ ପାତ୍ର, ବିଶିଷ୍ଟ ସମାଜସେବୀ ତଥା ସୁବର୍ଣ୍ଣ ମଣିଷ ଶ୍ରୀଯୁକ୍ତ ଶ୍ରୀବତ୍ସ ମଲିକ, ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର, ସୋମ୍ ପ୍ରକାସ ରୋସନ କେଶରୀ ପଣ୍ଡା, ଶ୍ରୀଯୁକ୍ତ ଶୁକ୍ଳାମ୍ବର ପାଣିଗ୍ରାହୀ, ଶ୍ରୀଯୁକ୍ତ ପ୍ଲାବନ ମହାପାତ୍ର, ଶ୍ରୀଯୁକ୍ତ ଜଗନ୍ନାଥ ତ୍ରୀପାଠୀ, ଶ୍ରୀ ସୌମ୍ୟ ରଞ୍ଜନ ଦେହୁରୀ ଉପସ୍ଥିତ ଥିଲେ।
ଉକ୍ତ ଶିବିରକୁ ଅନୁଷ୍ଠାନର ସଭାପତି ଶ୍ରୀ ଦିବ୍ୟରଞ୍ଜନ ସାହୁ,ସଂପାଦକ ଶ୍ରୀ ଚିତ୍ତରଞ୍ଜନ ଭୋଇ,କୋଷାଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ ଦାସ ଓ ଅନୁଷ୍ଠାନର ସଦସ୍ୟ ଶିବସଙ୍କର ନାଏକ, ସାଲବେଗ ନାଏକ, ସୈଲେନ୍ଦ୍ର ବାରିକ,ଅରବିନ୍ଦ ଝା, ସୂର୍ଯ୍ୟକାନ୍ତ ନାୟକ, ଅରୁଣ କୁମାର ମେହେର, ଦେବାଶିଷ ବାରିକ, ପ୍ରକାଶ ସିଂ, ବଳରାମ ସା, ରାଜକୁମାର ବାରିକ, ରାମଚନ୍ଦ୍ର ସ୍ୱାଇଁ,ତପନ ସାହୁ,ବାଦଲ ସାହୁ ଏବଂ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଶିବିରର ସୁପରିଚାଳନା କରିଥିଲେ ।
ଉକ୍ତ ଦିନଟିକୁ ନିର୍ଭୟା ପାଇଁ ଉତ୍ସର୍ଗ କରାଯାଇ ୨୦୧୩ ମସିହା ଠାରୁ ଅନୁଷ୍ଠାନ ପକ୍ଷରୁ "ନାରୀକୁ ସମ୍ମାନ ଦିବସ" ରୁପେ ପାଳନ କରାଯାଇ ରକ୍ତଦାନ ଶିବିର ଅୟୋଜନ କରାଯାଉଛି।
Recent Comments