ସୁବର୍ଣ୍ଣପୁର/୨୩/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟିର ସମ୍ମିଳନୀ କକ୍ଷରେ ଏହାର ୩୭ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ ହୋଇଯାଇଛି।ଲେପ୍ରା ସୋସାଇଟିର ଓଡିଶା ରାଜ୍ୟ ଆମ୍ବାସେଡର ଗୋରେଖନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଲେପ୍ରୋସି ଅଧିକାରୀ ଡଃ ତ୍ରିବିକ୍ରମ ପାଣ୍ଡିଆ ଓ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କୁଷ୍ଠରୋଗ ସଂଯୋଜକ ଗୈ।ରୀଶଙ୍କର ପଣ୍ଡା ,ହରୀତା ସାହୁ ବକ୍ତା ଭାବରେ ମଞ୍ଚାସୀନ ରହି ଅନୁଷ୍ଠାନର ସେବା ମନୋଭାବ ସଂପର୍କରେ ମତବ୍ୟକ୍ତ କରିଥିଲେ । କୁଷ୍ଠମୁକ୍ତ ସାଧୁ ଅରୁଣ ସୁନା ମଧ୍ୟ ତାଙ୍କର ୩୭ବର୍ଷର ଅଭିଜ୍ଞତା ଓ ଅଙ୍ଗେ ନିଭାଇଥିବା କିଛି କଥା ବର୍ଣ୍ଣନା କରିବା କୁଷ୍ଠ ରୋଗର ପ୍ରତିଷେଧ, ନିରାକରଣ ସହ ସାମାଜିକ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ଭିଜିଓଥେରାପିଷ୍ଟ୍ ବାଲ ଗୋପାଲ ନାଗ ସଭା ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ବର୍ଷାରାଣୀ ସାହୁ ଓ ଗୋବିନ୍ଦ ଦୀପ ପ୍ରମୁଖ ସହଯୋଗ କରିଥିଲେ ଶେଷରେ କାହ୍ନୁଚରଣ ଡାକୁଆ ଧନ୍ୟବାଦ ପ୍ରଦାନ କରିଥିଲେ।
Recent Comments