logo
add image
ନୂଆପଡା ଜିଲ୍ଲାରେ ଦ୍ବିତୀୟ ପୋଷ୍ୟସନ୍ତାନ ଗ୍ରହଣ । 

ନୂଆପଡା ଜିଲ୍ଲାରେ ଦ୍ବିତୀୟ ପୋଷ୍ୟସନ୍ତାନ ଗ୍ରହଣ । 

ନୂଆପଡା/୨୮/୦୨/୨୦୨୬/(ଆଧାର ମିଡ଼ିଆ)-୨୦୨୫ ମସିହା ଅକ୍ଟୋବର ୨୯ ତାରିଖରେ ଏକ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନ୍ ନୂଆପଡା ମାଧ୍ୟମରେ ଶିଶୁ କଲ୍ୟାଣ ସମିତି, ନୂଆପଡା (CWC) ସମ୍ମୁଖରେ ଉପସ୍ଥିତ କରାଯାଇ ଥିଲା। ପରେ ଶିଶୁଟିକୁ ଉତ୍କଳ ବାଳାଶ୍ରମ ସ୍ଵତନ୍ତ୍ର ପୋଷ୍ୟ ସଂସ୍ଥା (SAA), ନୂଆପଡାରେ ରଖାଯାଇଥିଲା।ଆବଶ୍ୟକ ଆଇନ ଗତ ପ୍ରକ୍ରିୟା ସମାପ୍ତ ପରେ ୦୮/୦୧/୨୦୨୬/ ତାରିଖରେ ଶିଶୁଟିକୁ ପୋଷ୍ୟପାଇଁ ଆଇନ ସମ୍ମତ ଭାବେ ମୁକ୍ତ ଘୋଷଣା କରାଯାଇଥିଲା। ପରେ ତାମିଲନାଡୁରୁ ଏକ ଆଗ୍ରହୀ ଏକକ ମାତା ( Single Mother, IT Professional ) ଙ୍କ ଦ୍ୱାରା ଶିଶୁଟିକୁ ରିଜର୍ଭ କରାଯାଇଥିଲା।
୨୯/୦୧/୨୦୨୬/ ତାରିଖରେ ପୋଷ୍ୟ କମିଟି ଦ୍ୱାରା ଆବଶ୍ୟକ ଦଲିଲପତ୍ର ଯାଞ୍ଚପରେ ଶିଶୁଟିକୁ ପ୍ରି-ଅଡପ୍ସନ୍ ଫୋଷ୍ଟର କେୟାର ଅନୁସାରେ ପୋଷ୍ୟ ଗ୍ରହୀତା ଏକକ ମାତାଙ୍କୁ ହସ୍ତାନ୍ତର କରାଯାଇଥିଲା।ଶେଷରେ ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ପୋଷ୍ୟ ଆଦେଶ ଜାରି ହୋଇଥିଲା। ଆଜି ନୂଆପଡା ମୁଖ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଶିଶୁଟିକୁ ପୋଷ୍ୟ ପ୍ରମାଣପତ୍ର ସହ ଔପଚାରିକ ଭାବରେ ପୋଷ୍ୟ ଗ୍ରହୀତା ମାତାଙ୍କୁ ହସ୍ତାନ୍ତର କରିଥିଲେ।
ଜିଲ୍ଲା ପ୍ରଶାସନ ଏହି ସଫଳ ପୋଷ୍ୟପ୍ରକ୍ରିୟା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ଏହି ଅବସରରେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସାଗର, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଡଃ ଫଣିନ୍ଦମ୍ ଦେଓ ଏବଂ ଉତ୍କଳ ବାଳାଶ୍ରମ ସ୍ଵତନ୍ତ୍ର ପୋଷ୍ୟ ସଂସ୍ଥା, ନୂଆପଡ଼ାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top