logo
add image
ଛାତ୍ରୀ ସଂସଦରେ ରାୟଗଡା ଜିଲ୍ଲାର ବିଦ୍ୟାର୍ଥୀ ପରିଷଦ ଛାତ୍ରୀମାନଙ୍କ ଅଂଶଗ୍ରହଣ 

ଛାତ୍ରୀ ସଂସଦରେ ରାୟଗଡା ଜିଲ୍ଲାର ବିଦ୍ୟାର୍ଥୀ ପରିଷଦ ଛାତ୍ରୀମାନଙ୍କ ଅଂଶଗ୍ରହଣ 

ଗୁଣୁପୁର/ରାୟଗଡା/୦୭/୦୩/୨୦୨୬/(ଆଧାର ମିଡ଼ିଆ)-ବିଶ୍ଵ ମହିଳାଦିବସକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ଏବଂ ବିକାଶାର୍ଥେ ବିଦ୍ୟାର୍ଥୀ ଟ୍ରଷ୍ଟପକ୍ଷରୁ ଆୟୋଜିତ ରାଜ୍ୟରେ ପ୍ରଥମଥର ପାଇଁ ଛାତ୍ରୀ ସଂସଦ କାର୍ଯ୍ୟକ୍ରମ ଭୁବନେଶ୍ୱର ଓଡିଶା ବିଧାନସଭା ପରିସରରେ ଗତ କାଲିଠାରୁ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୯ ମାର୍ଚ୍ଚ ଯାଏଁ ଚାଲିବ । ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ମହୋଦୟା ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ସୁଶ୍ରୀ କ୍ଷମାଶର୍ମା ଉପସ୍ଥିତ ରହି ପରିଚାଳନା କରିଥିଲେ ।
ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏଭଳି ଏକ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାରୁ ମଧ୍ୟ ଛାତ୍ରୀ କାର୍ଯ୍ୟକର୍ତାମାନେ ଅଂଶଗ୍ରହଣ କରି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି । ଏବିଭିପି ଗୁଣୁପୁର ନଗର ୟୁନିଟ୍ ପକ୍ଷରୁ ଡ଼ା. ବି. ଆର୍. ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଗାର୍ଗନିଂସ୍ମି ଶବର ଓ ଶ୍ରୀୟା ଶବର,ଏବିଭିପି ରାୟଗଡା ନଗର ୟୁନିଟ୍ ପକ୍ଷରୁ ଛାତ୍ରୀ ଡି ଚରନ୍ମୟୀ ଏବଂ ଚାନ୍ଦିନୀ ସେଠୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିକଶିତ ଓଡ଼ିଶା ନିର୍ମାଣରେ ମହିଳା ସହଭାଗିତା, ଛାତ୍ରୀମାନଙ୍କ ସହ ସଂପୃକ୍ତ ଶିକ୍ଷା,ସ୍ବାସ୍ଥ୍ୟ,ରୋଜଗାର,ସାମାଜିକ ସ୍ଥିତି ଓ ସୁରକ୍ଷା ସମ୍ପର୍କିତ ପ୍ରମୁଖ ସମସ୍ୟାର ଆଲୋଚନା ସହ ଛାତ୍ରୀମାନଙ୍କୁ ସଂସଦୀୟ ପ୍ରକ୍ରିୟା, ନେତୃତ୍ୱ ଗୁଣ ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ।
ଏପରି ଏକ ପ୍ରୟାସ ଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ, ସଚେତନତା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ନେବ ବୋଲି ଏବିଭିପି କର୍ମକର୍ତ୍ତାମାନେ କହିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲାରୁ ଯୋଗଦେଇଥିବା ଛାତ୍ରୀମାନଙ୍କୁ ଏବିଭିପି ଗୁଣୁପୁର ନଗର ଓ ରାୟଗଡା ଜିଲ୍ଲା ପକ୍ଷରୁ  ସମସ୍ତ ସଂଗଠନ ପଦାଧିକାରୀ, ପ୍ରବାସୀ କାରଜକର୍ତା, ବରିଷ୍ଠ କାର୍ଯ୍ୟକର୍ତା ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟlପିକା ମାନେ ଅଭିନନ୍ଦନ ଜଣାଯାଇଛି ।

Recent Comments

Leave Comments

Top