କଟକ/୧୭/୦୩/୨୦୨୬/(ଆଧାର ମିଡ଼ିଆ)-ସୂଚନା ଅନୁସାରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳଦେଖାଇ ଦେଶର କିଛି ଅସାଧୁ ବ୍ୟବସାୟୀ ମୁନାଫା ଉଠାଇବା ପାଇଁ ଜାଣି ଶୁଣି ଲୋକଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ଉପରେ ଅହେତୁକ ଦର ବୃଦ୍ଧି କରିଛନ୍ତି। ଏବଂ ଲୋକମାନଙ୍କୁ କହୁଛନ୍ତି ଯେ ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ଆବଶ୍ୟକ ପରିମାଣର ମହଜୁଦ ନାହିଁ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ରନ୍ଧନ ଗ୍ୟାସ୍, ଖାଇବା ତେଲ ଓ ପେଟ୍ରୋଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବହୁ ପରିମାଣରେ ଗଚ୍ଛିତ ରହିଛି ଆପଣମାନେ କିଛି ଭୟଭୀତ ହୁଅନ୍ତୁ ନାହିଁ।
ସେପଟେ କିନ୍ତୁ ସାଧାରଣ ଜନତା ଗ୍ୟାସ୍ ଫିଲିଙ୍ଗ୍ ସେଣ୍ଟରରେ ନାହିଁ ନଥିବା ଲମ୍ବାଲାଇନ୍।ରାସନ୍ ଦୋକାନ ସାମ୍ନାରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି। ଏଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଆଜି ଜଗତପୁର ଗୋଲେଇ ଛକ ନିକଟରେ CPI ନେତା ଉଦୟ କେଶରୀ ବର୍ମା ଙ୍କ ନେତୃତ୍ବରେ ଶତାଧିକ ଲୋକ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରୀ କମିଟି ର ସଭ୍ୟ ଅମରେନ୍ଦୁ ମହାନ୍ତି, ନଗର କମିଟି ସଂପାଦକ ଅମରେଡ ବିଦ୍ୟା ପ୍ରଶନ୍ନ ମହାପାତ୍ର, ଯୁବ ନେତା ସୁନାକର ବରାଳ, ଜୋନାଲ କମିଟି ସଂପାଦକ ପ୍ରମୋଦ ପ୍ରଧାନ, ପୂର୍ଣ୍ଣିମା ମହାନ୍ତି, ଝିଲ୍ଲି ବିଶୋଇ, ରଥ ଚରଣ ସିଂ, ପୁରୁଷତ୍ତମ ସାହୁ,କ୍ଷୀର ବେହେରା, ଜୟ ସିଂ, ଲକ୍ଷ୍ମୀ ତ୍ରିପାଠୀ, ରମେଶ ବେହେରା, ଶେଖ୍ କରିମ୍ ଶେଖ୍ ରିଜଓ୍ବାନ, ମୁରଲୀ କାହାଳୀ ,କୈଳାସ ବାରିକ ଭଳି ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
Recent Comments