logo
add image
ଭୁବନେଶ୍ବର ଜିଲ୍ଲାପାଇଁ ବିକ୍ଷୋଭ

ଭୁବନେଶ୍ବର ଜିଲ୍ଲାପାଇଁ ବିକ୍ଷୋଭ

ଭୁବନେଶ୍ୱର/୧୮/୦୩/୨୦୨୬/(ଆଧାର ମିଡ଼ିଆ-ପ୍ରଦ୍ୟୋତ କୁମାର ବିଶ୍ୱାଳ)-ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲାପାଇଁ ରାଜ୍ୟ ସରକାର ପ୍ରସ୍ତାବ ତାଲିକାରେ ରଖିଥିବାରୁ ଧନ୍ୟବାଦ ଦିଆଯିବା ସହ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ବିକ୍ଷୋଭ କରା ଯାଇଛି। ତେବେ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲା ହେବାପର୍ଯ୍ୟନ୍ତ ବିକ୍ଷୋଭ ଓ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିବ ବୋଲି ଭୁବନେଶ୍ବର ଜିଲ୍ଲା ଅଭିଯାନ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବି କାରି ବିଭିନ୍ନ ମନ୍ଦିରରେ ଦସ୍ତଖତ ସଂଗ୍ରହ କରାଯିବା ସହ ରାମେଶ୍ୱର ମନ୍ଦିରଠାରେ ସହ ବିକ୍ଷୋଭ କରାଯାଇଥିଲା। ଜିଲ୍ଳା ଅଭିଯା ନର ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ଜୟଦେବ ନିର୍ବାଚନ ମଣ୍ଡଳୀ ନେତା ବାସୁଦେବ ଭଟ୍ଟ, ରୋଟାରି କ୍ଳବ ଫେଲୋସିପ ପୂର୍ବତନ ସଭାପତି ଗଦାଧର ଦାସ ଓ ବହୁ ଆଇନଜୀବୀ ସମେତ ଦେଵୟୁଗ ପରିବାର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ। 
ଏହି ଅବସରରେ ଭୁବନେଶ୍ବର ଜିଲ୍ଲା ଅଭିଯାନ ମୁଖ୍ୟ ଶ୍ରୀ ସାହୁ କହିଥିଲେ ବର୍ତ୍ତମାନ ଭୁବନେଶ୍ବରର ଜନସଂଖ୍ୟା ଯଥେଷ୍ଟ ବଢ଼ିଗଲାଣି। ୧୯୯୩ର ଜିଲ୍ଲା ଗଠନ ବେଳେ ଏହାର ଲୋକସଂଖ୍ୟା ଥିଲା ୧୧ଲକ୍ଷ । ମାତ୍ର ଏବେ ଏହା ବଢ଼ି ୨୩ଲକ୍ଷରେ ପହଞ୍ଚିଲାଣି । ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟକରୁଥିବା ବେଳେ ୩ ନିର୍ବାଚନ ମଣ୍ଡଳୀରେ ଲୋକ ସଂଖ୍ୟା ୧୩ ଲକ୍ଷରେ ପହଞ୍ଚିଲାଣି । ଭୁବନେଶ୍ବରରୁ ଜଣେ ସାଧାରଣ ଲୋକ ସେଠାରୁ ଖୋର୍ଦ୍ଧାରେ ପହଞ୍ଚିବାକୁ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଲାଗୁଛି। ସେହିପରି ବାଲିଅନ୍ତା ବାଲିପାଟଣା ଖୋର୍ଦ୍ଧାକୁ ଗଲେ ସକାଳୁ ସନ୍ଧ୍ୟା ହୋଇଯିବ।
ଭୁବନେଶ୍ୱରକୁ ଜିଲ୍ଲା ଗଠନପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତାବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ହେଉକି ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଦେଖା ଦେଲେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇ ସମାଧାନ କରିପାରିବେ । ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଆଉ କେତେଦିନ ସବ୍ଡିଭିଜନ୍ ଅଧିନରେ ରହିବା ବୋଲି ଶ୍ରୀ ସାହୁ କହିଥିଲେ।  ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆବଶ୍ୟକ ଥିବାରୁ ପୂର୍ବରୁ ମଞ୍ଚ ପକ୍ଷରୁ ଭୁବନେଶ୍ୱର ପ୍ରାୟ ସବୁ ପୂଜା କମିଟିର ମୁଖ୍ୟ, ଭୁବନେଶ୍ୱର ବାଲିଯାତ୍ରା,ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା ମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇଛି।

Recent Comments

Leave Comments

Top