ପୁରୀ/୨୦/୩/୨୦୨୬/(ଆଧାର ମିଡ଼ିଆ)-ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ପାନ୍ଥନିବାସରେ ଆଜି ପୁରୀ ଜିଲ୍ଲାସ୍ତରୀୟ ବିଶ୍ବ ପଖାଳଦିବସ ପାଳିତ ହୋଇଥିଲା।ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ସଦସ୍ୟ,ବିଧାୟକ ପ୍ରମୁଖ ପଖାଳ ଦିବସ ର ତାତ୍ପର୍ଯ୍ୟ ଓ ଓଡ଼ିଆ ଅସ୍ମିତା ସହ ପଖାଳର ସମ୍ପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ବିଦେଶର ଏକାଧିକ ରାଷ୍ଟ୍ରସହ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଏହି ଦିବସ ସହ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ସଂଯୁକ୍ତ ହୋଇ ଶୁଭେଚ୍ଛା ଜଣାଇଥିଲେ।ପୁରୀ ପାନ୍ଥନିବାସରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଭାସୀ ମାଧ୍ୟମରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପଖାଳ ଆମ ପରମ୍ପରା ଓ ସଂସ୍କୃତି ସହ ଜଡିତ।ଏହା ସମସ୍ତ ବର୍ଗଙ୍କ ପାଇଁ ଏକ ସୁଖାଦ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିବା ସହ ପଖାଳ ମଧ୍ୟ ଖାଇଥିଲେ।
ଅନ୍ୟ ମାନଙ୍କ ମଧ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା,ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ମୁଖ୍ୟପ୍ରଶାସକ ରଞ୍ଜନ କୁମାର ବେହେରା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଅନୁଶ୍ରବ ଗନ୍ତାୟତ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ ପାନ୍ଥନିବାସର ପର୍ଯ୍ୟଟକ ମାନେ ମଧ୍ୟ ପଖାଳଖାଇ ଖୁସିବ୍ୟକ୍ତ କରିଥିଲେ।ପୁରୀର ବିଭିନ୍ନ ସ୍ଥାନରେ ମଧ୍ୟ ବିବିଧ ଅନୁଷ୍ଠାନ ପକ୍ଷରୁ ପଖାଳଦିବସ ପାଳିତ ହୋଇଥିଲା।
Recent Comments