logo
add image
ସହରୀ ସ୍ୱାସ୍ଥ୍ୟକାର୍ଯ୍ୟ ଯୋଜନାର କର୍ମଶାଳା

ସହରୀ ସ୍ୱାସ୍ଥ୍ୟକାର୍ଯ୍ୟ ଯୋଜନାର କର୍ମଶାଳା

ପୁରୀ/୨୧/୦୩ /୨୦୨୬/(ଆଧାର ମିଡ଼ିଆ)- ସହରୀ ସ୍ୱାସ୍ଥ୍ୟକାର୍ଯ୍ୟ ଯୋଜନା (ସିଟି ହେଲଥ୍ ଆକ୍ସନ୍ ପ୍ଲାନ) ସମ୍ୱନ୍ଧରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏସିଆନ ଡେଭେଲପ୍-ମେଣ୍ଟ ବ୍ୟାଙ୍କ ଏବଂ ପାଥ୍ (PATH)ର ମିଳିତ ସହଭାଗିତାରେ ଏକ କର୍ମଶାଳା ହୋଟେଲ ଚାଣକ୍ୟ ବି.ଏନ.ଆର୍ ରେ ଅନୁଷ୍ଠିତ ହୋଇଯାଇଛି | ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଏହି କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏବଂ କହିଥିଲେ ସମସ୍ତ ବିଭାଗର ମିଳିତ ଉଦ୍ୟମରେ ସହରାଂଚଳରେ ଜନସ୍ୱାସ୍ଥ୍ୟ ବିକାଶ ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାର ସଫଳ ରୂପାୟନରେ ଆହୁରି ଅନେକ ପଦକ୍ଷପ ନେବାର ଆବଶ୍ୟକତା ରହିଛି |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥି ଏହି କର୍ମଶାଳାରେ ଉପସ୍ଥିତ ସମସ୍ତଙ୍କୁ ସହରାଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଥିବା ଚ୍ୟାଲେଞ୍ଜ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ |କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ନିରୋଦ କୁମାର ସାହୁ ମାନସିକ, ଶାରୀରିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ପାଇଁ  ଅଭିନବ ପଦକ୍ଷପ ନେବାର ଆବଶ୍ୟକତା ଅଛି ବୋଲି କହିଥିଲେ | ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶିକା (ସହରାଂଚଳ ସ୍ୱାସ୍ଥ୍ୟ) ଡାକ୍ତର ପୁଷ୍ପିତା ମହାନ୍ତି ସମସ୍ତଙ୍କୁ ଉଦବୋଧନ ଦେଇ ସରକାରଙ୍କର ସମସ୍ତ ଜନ କଲ୍ୟାଣ କାରୀ ଯୋଜନାର ସଫଳ ରୂପାୟନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ |
ପାଥର ଡାକ୍ତର ଯତୀନ ଢିଙ୍ଗରା କର୍ମଶାଳାର ପରମ୍ଭରେ ସହରୀ ସ୍ୱାସ୍ଥ୍ୟ କାର୍ଯ୍ୟ ଯୋଜନା (ସିଟି ହେଲଥ୍ ଆକ୍ସନ୍ ପ୍ଲାନ) ର ଲକ୍ଷ୍ୟ ଏବଂ ଆବଶ୍ୟକତା ଉପରେ ସବିଶେଷ ଆଲୋଚନା କରିଥିଲେ | ଅନ୍ୟମାନଂକ ମଧ୍ୟରେ ଏହି କର୍ମଶାଳାରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡାକ୍ତର ସବିତା ମହାପାତ୍ର,ଡାକ୍ତର ସଂଜୁ ଦାଶ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ବିନୋଦ ବିହାରୀ ରଥ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ), ଡାକ୍ତର ଲଲାଟେନ୍ଦୁ ମିଶ୍ର ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା ରୋଗ), ଡାକ୍ତର ନାରାୟଣ ପ୍ରସାଦ ନନ୍ଦ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ପ୍ରତିରୋଧ), ଡାକ୍ତର ଆର୍.ଏନ୍  ମିଶ୍ର ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରମୁଖ ଉପସ୍ଥିତ ଥିଲେ | ଜାତୀୟ ସ୍ୱାସ୍ଥ୍ୟ ମିଶନର ଡାକ୍ତର ଦୀନବନ୍ଧୁ ସାହୁ, ଶ୍ରୀ ସୁକାନ୍ତ ମିଶ୍ର, ଶ୍ରୀ ଶ୍ୟାମ ସୁନ୍ଦର ତ୍ରୀପାଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ |

Recent Comments

Leave Comments

Top