logo
add image
ନୂଆପଡ଼ାରେ ଅବୈଧ ଘରୋଇ ଏଲପିଜି ବ୍ୟବହାର ଯାଞ୍ଚ, ହୋଟେଲ ଉପରେ ଚଢ଼ାଉ,

ନୂଆପଡ଼ାରେ ଅବୈଧ ଘରୋଇ ଏଲପିଜି ବ୍ୟବହାର ଯାଞ୍ଚ, ହୋଟେଲ ଉପରେ ଚଢ଼ାଉ,

ନୂଆପଡା/୨୬/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ହୋଟେଲ ମାନଙ୍କରେ ଘରୋଇ ଏଲପିଜି ସିଲିଣ୍ଡରକୁ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଯୋଗାଣ ବିଭାଗର ଇନଫୋର୍ସ ମେଣ୍ଟ ସ୍କୱାଡ୍ ଦ୍ୱାରା ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ ନୂଆପଡ଼ା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁ ରାଣ୍ଟରୁ ୧୧ ଗୋଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ନୂଆପଡ଼ା ଏସିଏସଓ (ମୁଖ୍ୟାଳୟ) ଶ୍ରୀମତୀ ପୂର୍ଣ୍ଣାଶା ଭୋଇଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ବେଳେ ନୂଆପଡ଼ା ବ୍ଲକ୍ ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାସ ଓ କୋମନା ବ୍ଲକ୍ ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ଏଥିରେ ସହଯୋଗ କରିଥିଲେ।ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଆଗାମୀଦିନରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Recent Comments

Leave Comments

Top