logo
add image
କଣିହାଁରେ ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସ ପାଳିତ । ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ।

କଣିହାଁରେ ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସ ପାଳିତ । ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ।

କଣିହାଁ ୦୧/୧୦/୨୦୨୪(ଆଧାର ମିଡ଼ିଆ)କଣିହାଁ ବ୍ଲକ୍ ପ୍ରଜାମଣ୍ଡଳ ଭବନ ପରିସରରେ ମଙ୍ଗଳବାର ଜାତୀୟ ସେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ତାଳଚେର ଉପଖଣ୍ଡ ରକ୍ତ ଭଣ୍ଡାର ଓ ଟୋଲକବେଡା ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ, ଟୋଲକବେଡା ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ତାଳଚେର ରକ୍ତ ଭଣ୍ଡାର ପକ୍ଷରୁ ୮୬ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉପଜିଲ୍ଲାପାଳ ସମୀର ଜେନା ମୁଖ୍ୟଅତିଥୀ ଏବଂ ସମ୍ମାନିତ ଅତିଥି ରୂପେ କଣିହାଁ ତହସିଲଦାର ଚିନ୍ମୟ ଦାଶ, ଅତିରିକ୍ତ ତହସିଲଦାର ଅନୁପ ପରମଗୁରୁ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ, ସିଆଇଏସ୍‌ଏଫ୍ ଡେପୁଟି କମାଣ୍ଡାଟ୍ ବିବେକ ସିଂ, ଟୋଲକବେଡା ଗ୍ରାମ୍ୟ କମିଟି ସଭାପତି ଲୋଚନ ସାହୁ, ଟ୍ରଷ୍ଟ ସଭାପତି ସୈାରଭ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତଥିି ଭାବରେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ତାଳଚେର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜେନା ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କଣିହାଁ ମହାବିଦ୍ୟାଳୟ ପ୍ଲସ ୨ ଓ ପ୍ଲସ ୩ ଛାତ୍ରଛତ୍ରୀଙ୍କୁ ନେଇ ସ୍ୱେଛାକୃତ ରକ୍ତଦାନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସମଗ୍ର କଣିହାଁ ବଜାର ପଦଯାତ୍ରା । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ ସଦସ୍ୟଗଣ ସୁଚାରୁରୂପେ ଦାୟିତ୍ୱ ତୁଲାଇଥିଲେ । ରେଡକ୍ରସ୍ କାର୍ଯ୍ୟକାରିଣୀ ସଦସ୍ୟ ବଳରାମ ପତି ଓ ଶ୍ରବଣ କୁମାର ସାହୁ, ପୂର୍ବତନ କମରେଇ ସରପଂଚ ଦୁଃଖବନ୍ଧୁ ଭୂତିଆ, ଟ୍ରଷ୍ଟ ସମ୍ପାଦକ ସତ୍ୟରଂଜନ ସାହୁ, ଶିବ ପ୍ରସାଦ ରାଉତ, ଚକ୍ରଧର ସାହୁ, ଜ୍ୟୋତିରଂଜନ ସାହୁ, ସରୋଜ ପ୍ରଧାନ, ଲୁନା ସାହୁ, ଟିକନ ସାହୁ, ମଂଟୁ, ସାହୁ, ବିନୟ ସାହୁ, ଗିରିଷ ସାହୁ, ଚିତ ସେଠ. ଜଗନ ସାହୁ, ପ୍ରଶାନ୍ତ ସାହୁ, ଅଖିଳ ସାହୁ, ବାପି ସାହୁ, ମାନସ ସାହୁ, ରିଙ୍କୁ ସାହୁ, ସୁଦର୍ଶନ ସାହୁ, ବିଶ୍ୱଜିତ୍ ସାହୁ, ଜଗନ୍ନାଥ ସେଠି, ସୁମନ ବେହେରା, କଳ୍ପତରୁ କାଳୀଚରଣ ସାହୁ, ମନୋଜ ସାହୁ, ଶିବପ୍ରସାଦ ସାହୁ, ଜଗନ୍ନାଥ ସେଠି, ରଂଜନ ସାହୁ ପ୍ରମୁଖ ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ ସଦସ୍ୟଗଣ ସହଯୋଗ କରିଥିଲେ ।

Recent Comments

Leave Comments

Top